fbpx

ଆରକ୍ଷଣ ବୟାନ ଉପରେ ତାତିଲେ କେନ୍ଦ୍ରମନ୍ତ୍ରୀ, ଜୋତା ମାର ଆନ୍ଦୋଳନ ପାଇଁ ଦେଲେ ଆହ୍ୱାନ

ନୂଆଦିଲ୍ଲୀ: ଆମେରିକାରେ ଆରକ୍ଷଣକୁ ନେଇ ରାହୁଲ ଗାନ୍ଧୀଙ୍କ ବୟାନକୁ ନେଇ ଦେଶରେ ବିବାଦ ବଢିବାରେ ଲାଗିଛି । ଠିକ ଏମିତି ସମୟରେ ଏନଡିଏର ସହଯୋଗୀ ଦଳ ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆ (ଆରପିଆଇ) ଆଉ ଏକ ବିବାଦୀୟ ଓ ଶ।ଳୀନତାହୀନ ମନ୍ତବ୍ୟ ଦେଇଦେଇଛନ୍ତି । ଦଳିତ ବର୍ଗ ରୋହୁଲଙ୍କ ଉପରେ ଜୋତାମାଡ କରିବେ ବୋଲି କହିଛନ୍ତି ଆରପିଆଇ ନେତା ତଥା କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲା । ଶୁକ୍ରବାର ଅଠାଓା୍ୱଲା କହିଛନ୍ତି କି, ଦଳିତ ସମୁଦାୟ ଓ ଆରପିଆଇ ଆରକ୍ଷଣ ଉପରେ ରାହୁଳଙ୍କ ବୟାନକୁ ନେଇ ସାରା ଦେଶରେ ଜୋତା ମାର ଆନ୍ଦୋଳନ କରିବେ ।

ରାହୁଲ ଗାନ୍ଧୀ ଆମେରିକାର ଜର୍ଜଟାଉନ ୟୁନିଭର୍ସିଟିରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରୁଥିବା କହିଥିଲେ କି, ସାମ୍ପ୍ରତିକ ସମୟରେ ଆରକ୍ଷଣ ହଟାଇବା କଥା କୁହାଯାଇ ନ ପାରେ । ଆଗରୁ ରାହୁଲ କହିଥିଲେ କି, ଯେତେବେଳେ ଭାରତରେ ସ୍ଥିତି ଠିକ ହେବ ସେତେବେଳେ କଂଗ୍ରେସ ଆରକ୍ଷଣ ହଟାଇବା ଉପରେ କରିବ ବିଚାର ।

ରାହୁଲଙ୍କ ଏହି ଟିପ୍ପଣୀ ପରେ ଆରପିଆଇ ପ୍ରମୁଖ କହିଛନ୍ତି କି, ଦଳିତ, ଓବିସି ଓ ଆଦିବାସୀଙ୍କୁ ଦିଆଯାଇଥିବା ଆରକ୍ଷଣ ସହ କୌଣସି ପ୍ରକାରର ବୁଝାମଣା ହୋଇପାରିବ ନାହିଁ । ଦଳିତ ନିଜ ଅଧିକାର ପାଇଁ ଲଢିବେ । ଏଥିସହ ରାମଦାସ ଆଗକୁ କହିଥିଲେ କି, ରାହୁଲଙ୍କ ଏହି ବୟାନକୁ ନେଇ ଦଳିତ ଓ ଆରପିଆଇ ଜୋତା ମାର ଆନ୍ଦୋଳନ କରିବେ । ଯେତେବେଳେ ବି ରାହୁଲ ଇଂଲଣ୍ଡ କି ଆମେରିକା ଯାଆନ୍ତି ଭାରତ ବିରୋଧୀ ବୟାନ ଦେଇଥାନ୍ତି ବୋଲି କହିଛନ୍ତି ଅଠାୱାଲା ।

Get real time updates directly on you device, subscribe now.