fbpx

ବିଜ୍ଞାପନକୁ ନେଇ ଦଳିତଙ୍କ ବିରୋଧ : ଫୁଡ ଡେଲିଭେରୀ କମ୍ପାନୀ ଜୋମାଟକୁ ପୁଣି ଥରେ ନୋଟିସ

Advertisement

ନୁଆ ଦିଲ୍ଲୀ : ଫୁଡ ଡେଲିଭେରୀ କରୁଥିବା କମ୍ପାନୀ ଜୋମାଟୋ ଏକ ଜଣାଶୁଣା ଆପ୍ ଅଟେ । ଏବେ ଜୋମାଟୋ କମ୍ପାନୀ ଏକ ବିଜ୍ଞାପନକୁ ନେଇ ବିବାଦରେ ଫସି ଯାଇଛି । ରାଷ୍ଟ୍ରିୟ ଅନୁସୂଚିତ ଜାତି ଆୟୋଗ ପକ୍ଷରୁ ଜୋମାଟୋର ସଂସ୍ଥାପକ ଦିପିନ୍ଦର ଗୋୟଲଙ୍କୁ ନୋଟିସ ଜାରି କରାଯାଇଛି ।

କମ୍ପାନୀ ଉପରେ ଏକ ଜାତିବାଦୀ ବିଜ୍ଞାପନ ଜରିଆରେ ଦଳିତ ସମୁଦାୟକୁ ଅପମାନ କରାଯାଇଥିବା ନେଇ ଅଭିଯୋଗ ଲାଗିଛି । ଯଦି କମ୍ପାନୀ ଏହି ନୋଟିସର ଉତ୍ତର ଦେବାରେ ବିଫଳ ହେବ ତେବେ ଆଉ ଏକ ନୋଟିସ ଜାରୀ କରାଯିବ । ଏହି ନୋଟିସଟି କମ୍ପାନୀକୁ ଜୁନ ୧୨, ୨୦୨୩ ରୁ ଜାରୀ କରାଯାଇଥିଲା । କମ୍ପାନୀରେ ବିଜ୍ଞାପନକୁ ନେଇ ଜୁନ ୮ରେ ବିଶ୍ୱ ପରିବେଶ ଦିବସ ଦିନ ବିବାଦ ଉପୁଜିଥିଲା ।

ସେତେବେଳେ ଜୋମାଟୋ ଏହି ବିଜ୍ଞାପନକୁ ହଟାଇ ଦେଇଥିଲା ଏବଂ ସ୍ପଷ୍ଟ କରିଥିଲା ଯେ “ବିଶ୍ୱ ପର୍ଯ୍ୟାବରଣ ଦିବସ’ରେ , ପ୍ଲାଷ୍ଟିକ ଅଳିଆର ଉପଯୋଗ ଓ ପୁନଃ ବ୍ୟବହାର ବିଷୟରେ ଲୋକଙ୍କୁ ଜାଗ୍ରତ କରିବା ଲକ୍ଷ୍ୟରେ ।ମେ ଏହି ହାସ୍ୟାତ୍ମକ ଭିଡ଼ିଓକୁ ବନେଇଥିଲୁ । ଏହି ବିଜ୍ଞାପନରେ ଅନେକ ଲୋକଙ୍କ ଭାବନାକୁ ଅଘାତ ପହଞ୍ଚିଥିଲା । କିନ୍ତୁ ଆମର ଏଭଳି କିଛି ମଧ୍ୟ ଉଦ୍ଦେଶ୍ୟ ନଥିଲା । ଏହା ଅଜାଣତରେ ହୋଇଛି, ବର୍ତ୍ତମାନ ଭିଡ଼ିଓଟିକୁ ହଟାଇ ଦିଆଯାଇଛି ।

Get real time updates directly on you device, subscribe now.