fbpx

(video)ନ୍ୟୁୟର୍କ ସହର ମଝିରେ ହଠାତ୍ ଆବିର୍ଭାବ ହେଲେ ସ୍ପାଇଡର ମ୍ୟାନ୍‌, ‘ହରେ ରାମ ହରେ କୃଷ୍ଣ’ ଭଜନରେ ନାଚିବା ସହ ସମସ୍ତଙ୍କୁ ନଚାଇଲେ

ନୂଆଦିଲ୍ଲୀ: ଏବେ ଏବେ ଇନଷ୍ଟାଗ୍ରାମରେ ଏକ ଭିଡିଓ ଜୋରଦାର ଭାଇରାଲ ହେବାରେ ଲାଗିଛି । ଭିଡିଓଟି ନ୍ୟୁୟର୍କର ଟାଇମ୍ସ ସ୍କୋୟାରର । ଭିଡିଓରେ ଦେଖିବାକୁ ମିଳୁଛି ସ୍ପାଇଡରମ୍ୟାନ ଗେଟ୍‌ଅପ୍‌ରେ ଜଣେ ବ୍ୟକ୍ତି ହରେ କୃଷ୍ଣ ହରେ ରାମ ଭଜନରେ ଭକ୍ତିମୟ ହୋଇ ବେଶ୍ ସୁନ୍ଦର ନୃତ୍ୟ କରୁଛନ୍ତି । ଭିଡିଓର କ୍ୟାପସନରେ ଲେଖାଯାଇଛି, ‘ନଭେମ୍ବର ୨୦୨୩ରେ ଟାଇମ୍ ସ୍କୋୟାର , ନ୍ୟୁୟର୍କ ସହରରେ ଆଟଲାଣ୍ଟା ସଂକୀର୍ତ୍ତନ ଭକ୍ତଙ୍କ ସହ ମହା ହରିନାମ’ ।

 

View this post on Instagram

 

A post shared by ATL Sankirtan (@atl_sankirtan)

ଭିଡିଓରେ ନ୍ୟୁୟର୍କ ସହରରେ ସଂସ୍କୃତି ଓ ମନୋରଞ୍ଜନର ଅଭିନବ ମିଶ୍ରଣ ଦେଖିବାକୁ ମିଳିଛି । ଭିଡିଓରେ ସ୍ପାଇଡରମ୍ୟାନ ପୁରା ଉତ୍ସାହର ସହ ଢୋଲର ତାଳେ ତାଳେ ନୃତ୍ୟ କରୁଥିବାର ଦେଖାଯାଉଛି । ତେବେ ଯେତେ ଯେତେ ସଂକୀର୍ତ୍ତନ କରୁଥିବା ଲୋକଙ୍କ ଉତ୍ସାହ ବଢୁଛି ସେତେସେତେ ପଥଚାରୀମାନେ ବି ଏଥିରେ ସାମିଲ ହେଉଥିବାର ଦେଖାଯାଉଛି । ଭିଡିଓଟିକୁ ଦେଖିଲେ ମନେ ହେଉଛି ଯେପରି କେଉଁଠି ଏକ ଉତ୍ସବ ଚାଲୁଛି ଓ ସେଥିରେ ସବୁ ଲୋକ ବହୁ ଖୁସିରେ ସାମିଲ ହୋଇଛନ୍ତି ।

Get real time updates directly on you device, subscribe now.