fbpx
BJD SKY
BJD SKY

ବଡ଼ ଝଟକା: ପ୍ରାଇଭେଟ ଚାକିରିରେ ଲାଗୁ ହେବ ନାହିଁ ସଂରକ୍ଷଣ ବ୍ୟବସ୍ଥା

BJD

ନୂଆଦିଲ୍ଲୀ: ଯଦି ଆପଣମାନେ ପ୍ରାଇଭେଟ ସେକ୍ଟରରେ କାର୍ଯ୍ୟ କରୁଛନ୍ତି ତେବେ ଆପଣଙ୍କ ପାଇଁ ଆସିଛି ଏକ ବଡ଼ ଖବର । ପ୍ରାଇଭେଟ ଚାକିରି କରୁଥିବା ଲୋକଙ୍କ କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବ ନାହିଁ । କୋର୍ଟଙ୍କ ପକ୍ଷରୁ ଏହି ରାୟ ଆସିବା ପରେ ଏବେ ସରକାରଙ୍କୁ ଲାଗିଛି ବଡ଼ ଝଟକା । ଘରୋଇ କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବା ଅସାମ୍ବିଧାନିକ ବୋଲି କୋର୍ଟ କହିଛନ୍ତି ।

ସୂଚନା ମୁତାବକ, ଘରୋଇ ଚାକିରିରେ ୭୫ ପ୍ରତିଶତ ସଂରକ୍ଷଣ ଲାଗୁ କରିବା ବ୍ୟବସ୍ଥାକୁ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ରଦ୍ଦ କରିଦେଇଛନ୍ତି । ଏହାଫଳରେ ହରିୟାଣାର ମନୋହର ଲାଲ ଖଟ୍ଟର ସରକାରଙ୍କୁ ଲାଗିଛି ଏକ ବଡ଼ ଝଟକା । ଏହା ଏକ ଅସାମ୍ବିଧାନିକ ବୋଲି ଶୁଣାଣି ଅବସରରେ କୋର୍ଟ କହିଛନ୍ତି । ହରିୟାଣା ରାଜ୍ୟ ସ୍ଥାନୀୟ ପ୍ରାର୍ଥୀଙ୍କ ରୋଜଗାର ଅଧିନିୟମ, ୨୦୨୦କୁ କୋର୍ଟ ଅସାମ୍ବିଧାନିକ କହିବା ସହିତ ଏହି ଅଧିନିୟମ ଅତ୍ୟନ୍ତ ଭୟଙ୍କର ଓ ସମ୍ବିଧାନର ଭାଗ-୩ର ଉଲ୍ଲଂଘନ କରୁଥିବା କହିଛନ୍ତି ।

ପ୍ରାଇଭେଟ ଚାକିରିରେ ସଂରକ୍ଷଣ ନେଇ ଗତ ୨୦୨୧ରେ ହରିୟାଣା ସରକାର ବିଜ୍ଞପ୍ତି ଜାରି କରିଥିଲେ । ହରିୟାଣା ରାଜ୍ୟ ସ୍ଥାନୀୟ ବ୍ୟକ୍ତି ରୋଜଗାର ଅଧିକାର ୨୦୨୦, ଜାନୁଆରୀ ୧୫ ଠାରୁ ଲାଗୁ କରାଯାଇଥିଲା । ଏହି ଆଇନ ୧୦ ବର୍ଷ ପର୍ଯ୍ୟନ୍ତ ପ୍ରଭାବୀ ରହିବ ବୋଲି କୁହାଯାଇଥିଲା । ଉକ୍ତ ଆଇନରେ ଷ୍ଟାଟଅର୍ପକୁ ୨ ବର୍ଷର ରିହାତି ଦିଆଯିବାକୁ ମଧ୍ୟ କୁହାଯାଇଥିଲା । ଏଥିସହିତ ଆଇଟିଆଇ ପାସ ଯୁବକଙ୍କୁ ରୋଗଜଗାର କ୍ଷେତ୍ରରେ ପ୍ରାଥମିକତା ଦେବାକୁ କୁହାଯାଇଥିଲା । ତେବେ ଶିଳ୍ପ ସଂସ୍ଥାମାନଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କ ଏହି ନୀତି ବିରୋଧରେ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା ।

Get real time updates directly on you device, subscribe now.