fbpx

ଅନ୍ତରୀକ୍ଷରୁ ପୃଥିବୀ ଆଡକୁ ମାଡିଆସୁଛି ମହାବିପଦ, ଆଉ ରହିଲା ମାତ୍ର ୪୮ ଘଣ୍ଟା

ଆକାଶମାର୍ଗରେ ଏକ ବଡ ବିପଦପୂର୍ଣ୍ଣ ଦୃଶ୍ୟ ଦେଖିବାକୁ ପ୍ରସ୍ତୁତ ହୋଇଯାଆନ୍ତୁ, କାରଣ ଅନ୍ତରୀକ୍ଷରୁ ଏକ ବଡ ବିପଦ ପୃଥିବୀ ଆଡକୁ ମାଡି ଆସୁଛି । ଆଉ ମାତ୍ର ୪୮ ଘଣ୍ଟା ସମୟ ରହିଛି । କରୋନାରେ ସାରା ବିଶ୍ୱ ଚିନ୍ତିତ ଥିବା ବେଳେ ଅନ୍ତରୀକ୍ଷରୁ ଆସିଥିବା ଏହିୀ ବିପଦ ଆହୁରି ଚିନ୍ତା ବଢାଉଛି । ମହାକାଶରୁ ଆସୁଥିବା ଆଷ୍ଟେରଏଡର ଟିକେବି ଗତିପଥରେ ପରିବର୍ତ୍ତନ ଘଟେ, ତେବେ ପୃଥିବୀ ପାଇଁ କାଳ ହେବ ।


ତେବେ ଆମେରିକା ଅନ୍ତରୀକ୍ଷ ଏଜେନ୍ସି ନାସା ଦେଢ଼ ମାସ ପୂର୍ବରୁ ଖୁଲାସା କରିଥିଲା ଯେ, ମହାକାଶରୁ ଏକ ବୃହତ୍ ଆଷ୍ଟେରଏଡ୍ ବହୁ ତୀବ୍ର ଭାବରେ ପୃଥିବୀ ଆଡକୁ ମାଡି ଆସୁଛି । କୁହାଯାଉଛି ଯେ, ଏହି ଆଷ୍ଟେରଏଡ୍ ପୃଥିବୀର ସର୍ବୋଚ୍ଚ ପର୍ବତ ଏଭରେଷ୍ଟ ଠାରୁ ଅନେକ ଗୁଣରେ ବଡ । ଏହି ଆଷ୍ଟେରଏଡର ବେଗ ଘଣ୍ଟା ପ୍ରତି ୩୧,୩୧୯ କିଲୋମିଟର ରହିଛି ଅର୍ଥାତ୍ ପ୍ରତି ସେକେଣ୍ଡରେ ୮.୭୨ କିଲୋମିଟର ଗତିକରୁଛି । ଏହି ବେଗରେ ସେ ଯଦି ପୃଥିବୀର କୌଣସି ଅଂଶକୁ ଆଘାତ କରେ, ତେବେ ସୁନାମି ହୋଇପାରେ କିମ୍ବା ଏହା ଦେଶକୁ ନଷ୍ଟ କରିପାରେ ।

ତେବେ ନାସା କହିଛି ଯେ, ପୃଥିବୀଠାରୁ ପ୍ରାୟ ୬୪ ଲକ୍ଷ କିଲୋମିଟର ଦୂରରେ ଏହା ଅତିକ୍ରମ କରିବାକୁ ଥିବାରୁ ଆତଙ୍କିତ ହେବାର ନାହିଁ । ମହାକାଶ ବିଜ୍ଞାନରେ ଏହି ଦୂରତା ଅଧିକ ବିବେଚନା ହେଉନଥିଲେ ମଧ୍ୟ କମ୍ ବି ନୁହେଁ । ଏହା ପୃଥିବୀକୁ ଆଘାତ କରିପାରେ ବୋଲି କେତେକ ବୈଜ୍ଞାନିକ ଆଶଙ୍କା କରୁଛନ୍ତି । ଏହି ଆଷ୍ଟେରଏଡର ନାମ ୫୨୭୬୮ ରଖାଯାଇଛି । ପ୍ରଥମେ ଏହି ଉଲ୍କା ପିଣ୍ଡକୁ ୧୯୯୮ରେ ନାସା ଦେଖିଥିଲା, ଯାହାର ବ୍ୟାସ ପ୍ରାୟ ୪ କିଲୋମିଟର । ୨୯ ଏପ୍ରିଲରେ ଏହି ଆଷ୍ଟେରଏଡ୍ ପୃଥିବୀ ଦେଇ ଗତି କରିବ ବୋଲି ଆକଳନ କରାଯାଇଛି ।

Get real time updates directly on you device, subscribe now.