fbpx

ପ୍ରମୁଖ ଡାକ୍ତରଙ୍କ ଚେତାବନୀ- ‘ଚୀନରେ ପୁଣି ବଢିପାରେ ମହାମାରୀ’

ଚୀନରେ କରୋନା ସଂକ୍ରମିତ କିଛି ନୂଆ ମାମଲା ଆସିନଥିବା ବେଳେ ଦେଶର ଜଣେ ପ୍ରମୁଖ ଡାକ୍ତର ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯେ, ଦ୍ୱିତୀୟ ଥର ପାଇଁ ପୁଣି କରୋନା ସଂକ୍ରମଣ ବଢିପାରେ । ଚୀନର ଟପ୍ କରୋନା ଭାଇରସ୍ ବିଶେଷଜ୍ଞ ଲି ଲାନଜୁଆ ଏନେଇ ବହୁ ଚିନ୍ତିତ ଅଛନ୍ତି । ବର୍ତ୍ତମାନ ବିଦେଶରୁ ଆସୁଥିବା ସଂକ୍ରମିତ ବ୍ୟକ୍ତିଙ୍କ କାରଣରୁ ମାମଲା ଆହୁରି ବଢିପାରେ ।

ଡେଲି ମେଲ ରିପୋର୍ଟ ମୁତାବକ, ବେଜିଂରେ ରହୁଥିବା ଡାକ୍ତର ଲି କହିଛନ୍ତି ଯେ, ବିଦେଶରୁ ଆସୁଥିବା ମାମଲା ଯୋଗୁଁ ଦେଶ ପୁଣି ଥରେ ମହାମାରୀର ସମ୍ମୁଖୀନ ହୋଇଛି । ପୁଣି ଥରେ ବହୁ ସଂଖ୍ୟକ ଲୋକ ଏଥିରେ ସଂକ୍ରମିତ ହୋଇପାରନ୍ତି ।’

ରବିବାର ଦିନ ଚାଇନାରୁ ଗୁଆନଜୋଉରେ ଏକ ସ୍ଥାନୀୟ ବ୍ୟକ୍ତି ଓ ବିଦେଶରୁ ଫେରୁଥିବା ଜଣେ ବ୍ୟକ୍ତି କରୋନା ସଂକ୍ରମିତ ହୋଇଥିବା ଚିହ୍ନଟ ହୋଇଥିଲେ । ତୁର୍କୀରୁ ଆସୁଥିବା ଜଣେ ମହିଳାଙ୍କ ସଂସ୍ପର୍ଶରେ ଆସିବା ପରେ ଜଣେ ବ୍ୟକ୍ତି ସଂକ୍ରମିତ ହୋଇଥିଲେ ।

ତେବେ ଲକଡାଉନ୍ ପରେ ଚୀନରେ ପରିସ୍ଥିତି ସ୍ୱାଭାବିକ ହୋଇଛି । ପୂର୍ବରୁ ଉହାନ ସହରରେ ସର୍ବାଧିକ ଲୋକେ କରୋନାରେ ପ୍ରଭାବିତ ହୋଇଥିଲେ । ବର୍ତ୍ତମାନ ସୁଦ୍ଧା ଚୀନରେ ୮୧ ହଜାର ଲୋକ ସଂକ୍ରମିତ ହୋଇଥିବା ବେଳେ ୩୨୦୦ ଲୋକଙ୍କ ମୃତ୍ୟୁ ଘଟିଛି । ଚୀନ୍ ପରେ ସାରା ବିଶ୍ୱରେ ସଂକ୍ରମଣର ସଂଖ୍ୟା ଦିନକୁ ଦିନ ବଢିଚାଲିଛି ।

Get real time updates directly on you device, subscribe now.