fbpx

ବିଜେଡି ସାଂସଦ ଓ ବିଧାୟକ ଦେବେ ୩ ମାସର ଦରମା

ଭୁବନେଶ୍ୱର,୨୩ ।୩(ଓଡିଶା ଭାସ୍କର): ରାଜ୍ୟରେ କରୋନା ଭାଇରସକୁ ନେଇ ହଇଚଇ ସୃଷ୍ଟି ହୋଇଛି । ଲୋକଙ୍କ ସହାୟତା ପାଇଁ ବିଜେଡିର ସବୁ ସାଂସଦ ଓ ବିଧାୟକମାନେ ନିଜର ୩ ମାସର ଦରମା ଦାନ କରିବେ । ମାର୍ଚ୍ଚ ୨୯ ସୁଦ୍ଧା ସିଏମ ରିଲିଫ ଫଣ୍ଡକୁ ଦାନ କରିବାକୁ ଆହ୍ୱାନ ଦିଆଯାଇଛି । ଆହ୍ୱାନ ନେଇ ବିଜେଡି ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା କହିଛନ୍ତି ।

ତେବେ ଆଜି କରୋନା ଫଣ୍ଡକୁ ୩ ମାସର ଦରମା ଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ଫଣ୍ଡକୁ ଦାନ ପାଇଁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ । କରୋନା ପ୍ରତିରୋଧ ପାଇଁ ଅଧିକ ଟଙ୍କାର ଆବଶ୍ୟକତା ରହିଛି । ଏନେଇ କରୋନା ପ୍ରଭାବିତଙ୍କ ସହାୟତା ପାଇଁ ସ୍ୱତଃପ୍ରବୃତ୍ତ ଭାବେ ଦାନ କରିବାକୁ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।

Get real time updates directly on you device, subscribe now.