fbpx

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶିବରାଜ

ମଧ୍ୟପ୍ରଦେଶ, ୨୩ା୩: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଶିବରାଜ ସିଂ ଚୌହ୍ୱାନ । ତାଙ୍କୁ ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ଲାଲଜୀ ଟଣ୍ଡନ । ଚତୁର୍ଥ ଥର ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଶିବରାଜ । କମଳନାଥ ସରକାରଙ୍କ ପତନ ପରେ ବିଜେପି ସେଠାରେ ସରକାର ଗଢ଼ିଛି । ଉଲ୍ଲେଖଯୋଗ୍ୟ ଯେ ବିଜେପି ବିଧାୟକ ଦଳର ନେତା ନିର୍ବାଚିତ ହୋଇଥିଲେ ଶିବରାଜ ।

ଏହା ପୂର୍ବରୁ ମଧ୍ୟପ୍ରଦେଶ ବିଧାନସଭାରେ ଆସ୍ଥା ଭୋଟ୍ ହେବାର ଥିଲା। କିନ୍ତୁ ଠିକ୍ ଏହା ପୂର୍ବରୁ ହିଁ କମଲ ନାଥ ଇସ୍ତଫା ଦେଇ ଦେଇଥିଲେ ।ତେବେ ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେବା ପରେ ମଧ୍ୟପ୍ରଦେଶ ରାଜନୀତି ସମ୍ପୂର୍ଣ ଭାବେ ବଦଳିଯାଇଛି । ତାଙ୍କ ପରେ ୨୨ ଜଣ ବିଧାୟକ ମଧ୍ୟ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି ।

 

Get real time updates directly on you device, subscribe now.