fbpx

କରୋନାରେ ବେହାଲ ଓଡ଼ିଶା: ଆଜି ୨୯ ଜିଲ୍ଲାରୁ ୧୮୩୩ କରୋନା ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର, ୭ା୮(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୨୯ ଜିଲ୍ଲାରୁ ୧୮୩୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୧୧୮ସଙ୍ଗରୋଧ କେନ୍ଦ୍ରରୁ ଓ ସ୍ଥାନୀୟ ଅଞ୍ଚଳରୁ ୭୧୫ ଜଣ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୨୫୫୦କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ତେବେ ଆଜି ଗଞ୍ଜାମ ଜିଲ୍ଲାକୁ ଟପି ଖୋର୍ଦ୍ଧାରୁ ସର୍ବାଧିକ ୨୯୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗଞ୍ଜାମରୁ ୨୭୯, ରାୟଗଡ଼ାରୁ ୧୫୨, କଟକରୁ ୧୨୪, ସୁନ୍ଦରଗଡ଼ରୁ ୧୧୦, କଳାହାଣ୍ଡିରୁ ୮୪, ବାଲେଶ୍ୱରରୁ ୬୯, ପୁରୀରୁ ୬୭, ନୟାଗଡ଼ରୁ ୬୧, ଯାଜପୁରରୁ ୬୦, ଭଦ୍ରକରୁ ୫୦, କୋରାପୁଟରୁ ୪୭, ଢ଼େଙ୍କାନାଳରୁ ୪୩, ସମ୍ବଲପୁରରୁ ୩୯, ବଲାଙ୍ଗୀରରୁ ୩୭, ମାଲକାନଗିରିରୁ ୩୬, ଗଜପତିରୁ ୩୫, ବୌଦ୍ଧରୁ ୩୪, ମୟୁରଭଞ୍ଜରୁ ୩୪, କେନ୍ଦ୍ରାପଡ଼ାରୁ ୩୪, ସୋନୁପରରୁ ୩୩, ଝାରସୁଗୁଡ଼ାରୁ ୩୦, ଜଗତସିଂହପୁରରୁ ୧୬, କନ୍ଧମାଳରୁ ୧୬, କେନ୍ଦୁଝରରୁ ୧୬, ନବରଙ୍ଗପୁରରୁ ୧୧, ଅନୁଗୁଳରୁ ୯, ବରଗଡ଼ରୁ ୮, ନୂଆପଡ଼ାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Get real time updates directly on you device, subscribe now.