fbpx

ନୂଆ ସିଏଜିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର, ୭ା୮(ଓଡ଼ିଶା ଭାସ୍କର): ଗିରୀଶ ଚନ୍ଦ୍ର ମୁର୍ମୁଙ୍କୁ ନୂଆ ଦାୟିତ୍ୱ ପାଇଁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି ଓଡ଼ିଶା ଜନ୍ମିତ ଗିରୀଶ ଚନ୍ଦ୍ର ବର୍ତ୍ତମାନ ଦେଶର ନୂଆ ସିଏଜି । ଉଲ୍ଲେଖଯୋଗ୍ୟ ଯେ ଗତକାଲି ନୂଆ ସିଏଜି ଭାବେ ନିଯୁକ୍ତି ହୋଇଛନ୍ତି ଓଡ଼ିଆ ଆଇଏଏସ ଅଫିସର ଗିରୀଶ ଚନ୍ଦ୍ର ମୁର୍ମୁ । ସେ ଆସନ୍ତାକାଲି ଦେଶର ନୂଆ ସିଏଜି ଭାବେ ଶପଥ ଗ୍ରହଣ କରିବେ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରପତି ଭବନରେ ତାଙ୍କୁ ଶପଥ ପାଠ କରାଇବେ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.