fbpx

ସୁଶାନ୍ତଙ୍କ ମୃତ୍ୟୁ ମାମଲା, ରିୟାଙ୍କୁ ଇଡ଼ିର ଝଟକା

ନୂଆଦିଲ୍ଲୀ, ୭ା୮: ଲୋକପ୍ରିୟ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ କିଛି ଦିନ ବିତି ଯାଇଥିଲେ ମଧ୍ୟ ଏହି ମାମଲାର ଏପର୍ଯ୍ୟନ୍ତ ପର୍ଦ୍ଦାଫାସ ହୋଇପାରିନାହିଁ । ସେ ଆତ୍ମହତ୍ୟା କରିଥିଲେ ନା ତାଙ୍କୁ କିଏ ହତ୍ୟା କରିଛି ଏନେଇ କୌଣସି ପ୍ରକାର ସ୍ପଷ୍ଟ ସୂଚନା ମିଳିପାରୁ ନାହିଁ । ଏହାସହ ତାଙ୍କ ମୃତ୍ୟୁ ମାମଲାକୁ ନେଇ ପ୍ରତି ମୂହୂର୍ତ୍ତରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି । ଏହାରି ମଧ୍ୟରେ ତାଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ଆବେଦନକୁ ଆଜି ଖାରଜ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।ଇଡ଼ିରେ ହାଜିର ହେବାକୁ ଅଧିକ ସମୟ ମାଗିଥିଲେ ରିୟା । ସୁପ୍ରିମକୋର୍ଟରେ ଶୁଣାଣି ହେବା ଯାଏଁ ସେ ସମୟ ମାଗିଥିଲେ । କିନ୍ତୁ ଇଡ଼ି ଏହି ଆବେଦନକୁ ଖାରଜ କରିବା ସହ ଆଜି ତାଙ୍କୁ ହାଜିର ହେବାକୁ କହିଛି । ଉଲ୍ଲେଖଯୋଗ୍ୟ ଯେ ରିୟାଙ୍କ ନାମରେ ମାମଲା ରୁଜୁ କରିଛି ସିବିଆଇ ।

Get real time updates directly on you device, subscribe now.