fbpx
BSKY
BJD SHG SKY
BJD YOUTH SKY

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଅଟୋ ସହ ଧକ୍କା ହେଲା ବସ୍, ଚାଲିଗଲା ୧୩ ଜୀବନ

ଗ୍ୱାଲିୟର, ୨୩ା୩: ମଧ୍ୟପ୍ରଦେଶର ଗ୍ୱାଲିୟରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ଅଟୋ ସହ ବସ୍ ଧକ୍କା ହୋଇ ୧୩ ଜଣଙ୍କ ମୃତ୍ୟୁ ଘଟିଛି । ତେବେ ମୃତକଙ୍କ ମଧ୍ୟରେ ଅଟୋଚାଳକ ଓ ୧୨ ଜଣ ମହିଳା ଥିବା ସ୍ପଷ୍ଟ ହୋଇଛି । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ମୃତକଙ୍କ ପରିବାରଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି । ଖବର ପାଇ ପୋଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ଶବକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ, ମହିଳାମାନେ ଏକ ଅଙ୍ଗନବାଡ଼ି ପାଇଁ ଖାଦ୍ୟ ତିଆରି କରୁଥିଲେ । ସମସ୍ତେ ଅଟୋ ଯୋଗେ ଘରକୁ ଫେରୁଥିବା ବେଳେ ଅଟୋଟି ବସ୍ ସହ ଧକ୍କା ହୋଇଥିଲା ।

Get real time updates directly on you device, subscribe now.