fbpx

ସଂସଦ ଭିତରେ ମହିଳାଙ୍କ ସହ ସେକ୍ସ, ସାଂସଦଙ୍କ ଫଟୋ ସହ ଭିଡିଓ ଲିକ୍

କେନବରା: ସରକାରୀ କର୍ମଚାରୀଙ୍କ ଉପରେ ବଳତ୍କାର ଓ ଯୌନ ନିର୍ଯ୍ୟାତନା ଅଭିଯୋଗ ମଧ୍ୟରେ ଅଷ୍ଟ୍ରେଲିଆ ରାଜନୀତିରେ ନୂଆ ବିବାଦ ଉପୁଜିଛି । ଅଷ୍ଟ୍ରେଲିଆର ରକ୍ଷଣଶୀଳ ସରକାରୀ କର୍ମଚାରୀଙ୍କ କିଛି ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସଂସଦରେ ଅଶ୍ଲୀଳ କାର୍ଯ୍ୟ କରୁଥିବାର ଦେଖିବାକୁ ମିଳିଛି । ଏହି ଅନୈତିକ କାର୍ଯ୍ୟରେ କିଛି ସାଂସଦ ଏବଂ ସରକାରୀ କର୍ମଚାରୀଙ୍କ ସମ୍ପୃକ୍ତି ରହିଛି । ଘଟଣା ପରେ ସ୍କଟ ମୋରିସନ୍ ପ୍ରଶାସନ ପୁଣି ଥରେ ବିବାଦକୁ ଆସିଛି ।

ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ଏହି ମାମଲାକୁ ‘ଅପମାନଜନକ’ ଓ ସମ୍ପୂର୍ଣ୍ଣ ଲଜ୍ଜାଜନକ କହିଛନ୍ତି । ସୋମବାର ଦିନ ଅଷ୍ଟ୍ରେଲିଆ ଖବର କାଗଜ ଓ ଚ୍ୟାନ ୧୦ ଦ୍ୱାରା ସୂଚନା ଦିଆଯାଇଛି । ଜଣେ ହ୍ୱିସଲବ୍ଲୋୟରଙ୍କ ପକ୍ଷରୁ ଏହି ଭିଡିଓ ଲିକ୍ କରାଯାଇଛି । ଭିଡିଓ ସାମ୍ନାକୁ ଆସିବା ପରେ ମହିଳା ସାଂସଦ ଏବଂ ଜନସାଧାରଣଙ୍କ ପକ୍ଷରୁ ସରକାରଙ୍କ ବିରୋଧରେ ପୁଣି ଥରେ ଆନ୍ଦୋଳନ ଆରମ୍ଭ ହୋଇଯାଇଛି । ସରକାରଙ୍କ ପକ୍ଷରୁ ଉଚିତ ସମୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବାରୁ ଲୋକଙ୍କ ମନରେ ଆକ୍ରୋଶ ଦେଖିବାକୁ ମିଳିଛି ।

ଅଷ୍ଟ୍ରେଲିଆ ସଂସଦର ଏହି ଭିଡିଓ ଲିକ୍ ହେବା ପରେ ଦେଶରେ ଏବେ ମହିଳା ଆନ୍ଦୋଳନ ଜୋର ଧରିଛି । ଏହି ଅନୈତିକ କାର୍ଯ୍ୟରେ କିଛି ସାଂସଦ ଏବଂ ସରକାରୀ କର୍ମଚାରୀଙ୍କ ସମ୍ପୃକ୍ତି ରହିଛି । ପୂର୍ବରୁ ଜଣେ ମହିଳା ମଧ୍ୟ ଅଭିଯୋଗ କରି ତାଙ୍କ ସହିତ ସଂସଦ ପରିସରରେ ଯୌନ ଶୋଷଣ କରାଯାଇଥିବା କହିଥିଲେ । ସରକାର ଏହା ଜାଣି ବି ଚୁପ୍ ରହିଥିବା ସେ ଅଭିଯୋଗ କରିଥିଲେ ।

ଅଷ୍ଟ୍ରେଲିଆ ସରକାରଙ୍କ ଜଣେ ମହିଳା ପରାମର୍ଶଦାତା କହିଛନ୍ତି ଯେ, ୨୦୧୯ରେ ଜଣେ ସହକର୍ମୀ ତାଙ୍କୁ ବଳାତ୍କାର କରିଥିଲେ । କିନ୍ତୁ ସରକାର ଘଟଣା ବିଷୟରେ ଜାଣି ମଧ୍ୟ କିଛି କାର୍ଯ୍ୟାନୁଷ୍ଠାନ ନେଇ ନ ଥିଲେ । ଏହାକୁ ନେଇ ଅନେକ ସହରରେ ମହିଳାମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ଟମ୍ ନାମକ ଜଣେ ହ୍ୱିସଲବ୍ଲୋୟର ଅଷ୍ଟ୍ରେଲିଆ ଗଣମାଧ୍ୟମକୁ କହିଛନ୍ତି ଯେ, ସରକାରୀ କର୍ମଚାରୀ ଏବଂ ସାଂସଦ ଅଧିକାଂଶ ସମୟରେ ପ୍ରାର୍ଥନା ଗୃହକୁ ଅନୈତିକ କାର୍ଯ୍ୟ ପାଇଁ ବ୍ୟବହାର କରୁଛନ୍ତି । ଏପରି କି ସାଂସଦମାନଙ୍କ ପାଇଁ ସଂସଦ କୋଠରୀକୁ ଦେହବ୍ୟବସାୟୀଙ୍କୁ ଅଣାଯାଉଛି ।

Get real time updates directly on you device, subscribe now.