fbpx

ଭୟଙ୍କର ସଡ଼କ ଦୁର୍ଘଟଣା: ୬ ମୃତ, ୬ ଗୁରୁତର

AAKASH

ଅମରାବତୀ, ୧୪ା୩: ଆନ୍ଧ୍ରପ୍ରଦେଶରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରୁତର ହୋଇଛନ୍ତି । ଆନ୍ଧ୍ରପ୍ରଦେଶର କ୍ରିଷ୍ଣା ଜିଲ୍ଲା ଅନ୍ତର୍ଗତ ଗୋଲାପାଲିରେ ଏହି ଦୁର୍ଘଟଣା ଘଟିଛି । ଏକ ଅଟୋରିକ୍ସାକୁ ଏକ ଟ୍ରକ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାରେ ଗୁରୁତର ୬ ଜଣଙ୍କୁ ସରକାରୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଘଟଣାସ୍ଥଳକୁ ଫେରାର ହୋଇଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଫେରାର ଡ୍ରାଇଭରକୁ ଧରିବା ପାଇଁ ପ୍ରୟାସ ଜାରି ରଖିଛି ।

Get real time updates directly on you device, subscribe now.