fbpx

ମୁହଁର କଳାଦାଗ ଲିଭାଇବାକୁ ଚାହୁଁଛନ୍ତି କି?

ଆଜି ଆପଣ ଜାଣିବେ ଆର୍ୟ୍ୟୁବେଦିକ ଚିକିସ୍ଥା ଦ୍ୱାରା ଏବଂ ଘୋରେଲୁ ଉପାୟରେ ମୁହଁରେ କଳା ଦାଗ କିପରି ଲିଭାଇ ପାରିବା ସହିତ ଚମକ ମଧ୍ୟ ଆଣିପାରିବେ ।
୧. ଶିମୁଳି ଗଛର କଣ୍ଟାକୁ ଗାଇ କ୍ଷୀରରେ ବାଟି ମୁହଁରେ ଲଗାନ୍ତୁ । ଲଗାଇ ବାର ୨ଘଣ୍ଟା ପରେ ମୁହଁକୁ ଧୋଇଦିଅନ୍ତୁ । ଏହିପରି କରିଲେ ମୁହଁରେ ଥିବା କଳା ଦାଗ ଧିରେ-ଧିରେ କମିବାରେ ଲାଗିଥିାଏ ଓ ଚମକ ମଧ୍ୟ ଆସିଥାଏ । ଏହାକୁ ଅନ୍ତଃତ ୧୫ଦିନ ଲଗାନ୍ତୁ ।
୨. ଅରଖ କ୍ଷୀରକୁ ହଳଦୀରେ ବାଟି ମୁହଁରେ ଲଗାଇ ୨ଘଣ୍ଟା ପରେ ମୁହଁ ଭଲଭାବରେ ଧୋଇଦିଅନ୍ତୁ । ଏହିପରି କରିଲେ ଦୀର୍ଘ ଦିନର କଳା ଦାଗ ଦୂର ହୋଇଯାଏ । ଏହାକୁ ଅନ୍ତଃତ ଏକ ମାସ ଯାଏଁ କରନ୍ତୁ ।
୩. କମଳା ଚୋପାକୁ ଖରାରେ ଶୁଖାଇ ଦିଅନ୍ତୁ । ଶୁଖା ହୋଇଥିବା କମଳା ଚୋପାକୁ ଚୂର୍ଣ୍ଣ କରି ଗୋଟିଏ ଶିଶିରେ ରଖି ତାକୁ ପାଣିରେ ଗୋଳାଇ ମଲମ ପରି ତାକୁ ମୁହଁରେ ଲଗାଇ ଦିଅନ୍ତୁ ଏବଂ ୧୫ମିନିଟ ପରେ ଧୋଇଦିଅନ୍ତୁ । ଏହି ଉପାୟ ଦାଗ ଲିଭିବା ପର୍ଯ୍ୟନ୍ତ କରନ୍ତୁ ।
୪. କଞ୍ଚା କ୍ଷୀରରେ ଲେମ୍ବୁ ରସ ମିଶାଇ ମୁହଁରେ ମାଲିସ କରନ୍ତୁ । କିଛିଦିନ ଅଭ୍ୟାସ କରି ମାଲିସ କରିଲେ ମୁହଁରେ କଳାଦାଗ ଲିଭେଇ ତ୍ୱଚାର ଚମକ ଆଣିଥାଏ । ଯଦି କ୍ଷୀର ନ ମିଳୁଛି ତାହେଲେ ଆପଣ ଗ୍ଲିସେରିନ ସହିତ ଲଗେଇ ପାରିବେ ।
୫. ପାଚିଲା ଅମୃତଭଣ୍ଡାର ଫଳକୁ ମଧ୍ୟ ଆପଣ ଲଗେଇ ପାରିବେ । ଏହାକୁ ଆପଣ ଗାଧୋଇବାର କିଛି ସମୟ ପୂର୍ବରୁ ଲଗାଇ ୧୫ମିନିଟ ପରେ ଧୋଇ ଦିଅନ୍ତୁ । ଏହି ଉପାୟ ଦାଗ ଲଭିବା ଯାଏଁ କରନ୍ତୁ ।

Get real time updates directly on you device, subscribe now.