fbpx

ତ୍ୱଚାର ଚମକ ବଢ଼ାଇଥାଏ ‘ଆମ୍ବ’

ତ୍ୱଚାର ଚମକ ପାଇଁ ଆମ୍ବ ର ବ୍ୟବହାର ଆପଣ ଶୁଣିନଥିବେ । ଆମ୍ବର ବ୍ୟବହାରେ ଆପଣଙ୍କ ତ୍ୱଚାର ବ୍ରଣ ଠାରୁ ଆରମ୍ଭ କରି ଶୁଖାପଣ ଦୂର କରିବା ସହିତ ଚମକ ମଧ୍ୟ ବଢ଼ାଇଥାଏ । ଗରମ ଦିନରେ ଚିପ୍-ଚିପାପଣ ଓ ଝାଳ ହେବାରୁ ବହୁତ ଲୋକ ବିରକ୍ତି ହୋଇଯାଆନ୍ତି । ଏଥିପାଇଁ ଫଳର ରାଜା ଆମ୍ବ ଆପଣଙ୍କ ବହୁତ କାମରେ ଆସିପାରିବ । ଏହାର ବ୍ୟବହାରରେ ଆପଣଙ୍କ ମୁହଁରେ ଚମକ ଆଣିବା ସହିତ ଗରମରେ ହେଉଥିବା ବହୁତ ପ୍ରକାର ସମସ୍ୟାର ମୁକ୍ତି ମଧ୍ୟ ମିଳିପାରିବ । ଥରେ ମାତ୍ର ଆପଣ ଆମ୍ବର ବ୍ୟବହାର କରିବା ପରେ ଦେଖିବେ ଯେ, ଆମ୍ବ ନା ଖାଲି ଖାଇବାରେ, ସୌନ୍ଦର୍ଯ୍ୟର ବ୍ୟବହାରରେ ମଧ୍ୟ ୟେ ଫଳ ଆପଣ ମାନଙ୍କ ମନପସନ୍ଦର ଫଳ ହୋଇଯିବ ।
୧. ମୁହଁରେ ଚମକ ଆଣିବା ପାଇଁ ହେଲେ ମାତ୍ର ଗୋଟିଏ ପାଚିଲା ଆମ୍ବ ଦରକାର । ପାଚିଲା ଆମ୍ବକୁ ଛଡ଼େଇ ଏହା ସବୁଦିନ ଭାବରେ ପ୍ୟାକ୍ ପରି ମୁହଁରେ ଲଗାଇ ୧୦ ମିନିଟ ପରେ ଧଇଦିଅନ୍ତୁ । ଏହା ଆପଣଙ୍କ ତ୍ୱଚାକୁ ନରମ କରିବା ସହିତ ଗରମରେ ସ୍କିନ ଡିହାଡ୍ରୋସନ ର ସମସ୍ୟା ମଧ୍ୟ ରହିନଥାଏ । ଦାଗ-ଚିହ୍ନ ପାଇଁ ଏଥିରେ ମହୁ ମଧ୍ୟ ବ୍ୟବହାର କରି ଲଗେଇପାରିବେ ।
୨. ଆମ୍ବରେ ଥିବା ଭିଟାମିନ୍-ସି ଏବଂ ଏଣ୍ଟିଅକ୍ସିଡେଣ୍ଟ ସ୍କିନ୍ କୁ ସଫା କରିବାରେ ସାହାର୍ଯ୍ୟ କରେ । ଆମ୍ବକୁ ଛଡ଼େଇ ସେଥିରେ ଏକ ବଡ଼ ଚାମଚ୍ ଗହମର ଅଟ୍ଟା ମିଶାଇ ମିଶ୍ରଣ ପ୍ରସ୍ତୁତ କରି ପୁରା ମୁହଁରେ ଲଗେଇ ଦିଅନ୍ତୁ । ଏହା ଶୁଖିଗଲାପରେ ରୋଗଡ଼େଇକି ଛଡ଼େଇ ଥଣ୍ଡାପାଣଇରେ ଧୋଇଦିଅନ୍ତୁ । ଏହି ଉପାୟ ସପ୍ତାହରେ ୨ଥର କରନ୍ତୁ ।
୩. ବ୍ରଣର ସମସ୍ୟା ମଧ୍ୟ ଦୂର କରିଥାଏ ଆମ୍ବ, କିନ୍ତୁ ଏଥିପାଇଁ ଆପଣଙ୍କୁ କଞ୍ଚା ଆମ୍ବ ର ଆବଶ୍ୟକ । ଗୋଟିଏ କଞ୍ଚା ଆମ୍ବ ନିଅନ୍ତୁ ଏବଂ ଏଥିରେ ଏକ କପ୍ ପାଣିରେ ଏହାକୁ ଫୁଟାନ୍ତୁ ,ଯେତେ ପର୍ଯ୍ୟନ୍ତ ପାଣି ଅଧା ହୋଇନଥିବ ସେତେଯାଏଁ ଫୁଟାନ୍ତୁ । ତାପରେ ଏହି ପାଣିକୁ ଛାଣି ବ୍ରଣ ହୋଇଥିବା ସ୍ଥାନରେ ଲଗାନ୍ତୁ ।
୪. ସପ୍ତାହରେ ଥରେ ଆମ୍ବକୁ ଛଡ଼େଇ ଏଥିରେ ଅଣ୍ଡାର ଧଳା ଅଂଶ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରି ମୁହଁରେ ଲଗାନ୍ତୁ । ଏହା ଆପଣଙ୍କର ଚେହେରାର ଚମକ ଆଣିବା ସହିତ ଅଧିକ ବୟସ୍କ ମଧ୍ୟ ଜଣାପଡ଼ିବାକୁ ଦେଇନଥାଏ ।
୫. ତ୍ୱଚା ଛଡ଼ା ଆମ୍ବ କେଶ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ । ଏହା ଏକ ନେଚୁରାଲ କଣ୍ଡିସନର୍ ପରି କାମ କରିଥାଏ । ଏଥିପାଇଁ ୨ଟା ବଡ଼ ଚାମଚ ଆମ୍ବ ସହିତ ଏକ ବଡ଼ ଚାମଚ ଦହି ଏବଂ ଅଣ୍ଡାର ଧଳା ଅଂଶ ମିଶାଇ ଗୋଟିଏ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଏହା କେଶରେ ୩୦ମିନିଟ ଲଗେଇ ରଖିବା ପରେ ଧୋଇଦିଅନ୍ତୁ । ଏହି ଉପାୟ କରିବା ପରେ ଆପଣଙ୍କ କେଶ ଚମକିବା ସହିତ କେଶ ମଜବୁତ ମଧ୍ୟ ରହିଥାଏ ।

Get real time updates directly on you device, subscribe now.