fbpx

ସକାଳୁ ଖାଲିପେଟରେ କ’ଣ ଖାଇବେ ନାହିଁ

ସକାଳେ ଖାଲି ପେଟରେ ଆପଣ ଯାହା ଖାଆନ୍ତି କିମ୍ବା ପିଅନ୍ତି ତାହା ଆପଣଙ୍କ ଶରୀରରେ ଗଭୀର ପ୍ରଭାବ ପକାଇଥାଏ । ତେଣୁ ସକାଳେ ଆପଣ ଖାଉଥିବା ଖାଦ୍ୟର ଉପକାରିତା ଓ ଅପକାରିତା ଜାଣିବା ନିହାତି ଆବଶ୍ୟକ । ଆସନ୍ତୁ ଜାଣିବା କ’ଣ ଖାଇବା ଉଚିତ୍ ନୁହେଁ ।
୧. ଦହି
ଖାଲି ପେଟରେ ଦହି ଏବଂ ଅନ୍ୟାନ୍ୟ ଦୁଗ୍ଧ ପଦାର୍ଥ ଖାଇବା ଦ୍ୱାରା ପେଟରେ ହାଇଡ୍ରୋକ୍ଲୋରିକ୍ ଏସିଡ୍ ଉତତ୍ପର୍ଣ୍ଣ ହୁଏ । ହାଇଡ୍ରୋକ୍ଲୋରିକ୍ ଏସିଡ୍ କାରଣରୁ ଦହିରେ ଥିବା ଲାକ୍ଟିକ୍ ଏସିଡ୍ ଜୀବାଣୁ ନଷ୍ଟ ହୋଇଯାନ୍ତି, ଏହା ଦ୍ୱାରା ଅମ୍ଳପିତ୍ତ ହେବାର ସମସ୍ୟା ବଢ଼ିଥାଏ । ତେଣୁ ଖାଲି ପେଟରେ ଦହି ଖାଇବା ଉଚିତ୍ ନୁହେଁ ।
୨. ବାସି ଖାଦ୍ୟ
ବାସି ଖାଦ୍ୟ ଖାଇଲେ ଆପଣଙ୍କ ଶରୀର ଖାରାପ ହେବାର ବହୁତ ସମ୍ଭାବନା ଥାଏ । ଏହା ଖାଇଲେ ଆପଣଙ୍କୁ ଉପଯୁକ୍ତ ପ୍ରୋଟିନ ମିଳି ନଥାଏ ଓ ଶରୀର ମଧ୍ୟ ଖରାପ କରିଦେଇଥାଏ । ତେଣୁ ସକାଳେ ଆପଣ ବାସି ଖାଦ୍ୟ ନଖାଇ ତାଜା ଖାଦ୍ୟ ଖାଇବା ଆବଶ୍ୟକ । ଏହା ଖାଇଲେ ଆପଣଙ୍କ ଶରୀର ସୁସ୍ଥ ରହିବା ସହିତ ଉପଯୁକ୍ତ ପଷୋଣ ମଧ୍ୟ ମିଳିଥାଏ ।
୩. ମସଲାଯୁକ୍ତ ଖାଦ୍ୟ
ସକାଳେ ମସଲାଯୁକ୍ତ ଖାଦ୍ୟ ଖାଇବା ଉଚିତ ନୁହେଁ । ମସଲାଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଆପଣଙ୍କ ପେଟରେ ପରତର ଅନେକ ସମସ୍ୟା ଦେଖାଦେଇଥାଏ, ଯେପରିକି ଅମ୍ଳପିତ୍ତ ଏବଂ ପେଟ ଯନ୍ତ୍ରଣା ଆଦି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ତେଣୁ ସକାଳେ ମସଲାଯୁକ୍ତ ଖାଦ୍ୟ ଖାଇବା ଅନୁଚିତ୍ ।
୪. କଞ୍ଚା ପନିପରିବା
ଅନେକ ଲୋକ ଭାବନ୍ତି ଯେ ସେ ଯେକୌଣସି ସମୟରେ କଞ୍ଚା ପନିପରିବାରେ ପ୍ରସ୍ତୁତ ସାଲାଡ୍ କିମ୍ବା କଞ୍ଚା ପନିପରିବା ଖାଇ ପାରିବେ । କିନ୍ତୁ କଞ୍ଚା ପାନିପରିବା ଏବଂ ସାଲାଡ୍ ଖାଇବା ଅନୁଚିତ୍ । ଏଥିରେ ଅଧିକ ପରିମାଣରେ ଫାଇବର ଥାଏ, ଯାହା ଆପଣଙ୍କ ପେଟରେ ଅତିରିକ୍ତ ଚାପ ସୃଷ୍ଟି କରେ । ଯଦି ଆପଣ ସକାଳେ ଖାଲି ପେଟରେ କଞ୍ଚା ପନିପରିବାରେ ପ୍ରସ୍ତୁତ ସାଲାଡ୍ କିମ୍ବା କଞ୍ଚା ପନିପରିବା ଖାଆନ୍ତି ତେବେ ଆପଣଙ୍କ ପେଟ ଫୁଲିବା ଏବଂ ଯନ୍ତ୍ରଣା ହେବାର ସୃଷ୍ଟି ହୋଇପାରେ ।
୫. ଖଟା ଫଳ
ସଠିକ ସମୟରେ ଫଳ ଖାଇବା ସର୍ବଦା ଲାଭଦାୟକ ଅଟେ । କିନ୍ତୁ ଖାଲି ପେଟରେ ଖଟା ଲାଗୁଥିବା ଫଳ ଖାଇଲେ, ଏହା ଆପଣଙ୍କ ପେଟରେ ଅମ୍ଲ (ଏସିଡ୍) ହେବାର ସମ୍ଭାବନା ବଢ଼ାଇ ଥାଏ । ଫଳ ଗୁଡ଼କରେ ଥିବା ଫାଇବର୍ ଫ୍ରୁକଟୋସ୍ ଯୋଗୁଁ ହଜମ ପ୍ରକ୍ରିୟା ଉପରେ ମଧ୍ୟ ପ୍ରଭାବ ପଡ଼ିଥାଏ । ତେଣୁ ସକାଳେ କମଳା ଭଳି ଫଳ ଖାଇବା ଠାରୁ ଦୂରେଇ ରହିବା ଉଚିତ୍ ।

Get real time updates directly on you device, subscribe now.