fbpx

ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ

ଭୁବନେଶ୍ୱର,୧୧/୫(ଓଡିଶା ଭାସ୍କର):  କରୋନା ସ୍ଥିତି ନେଇ ୫ମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଆଲୋଚନା କରିଥିଲେ । ସେହି ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ କଥା ଉପରେ ଆଲୋଚନା ହୋଇଥିବା ନେଇ ସୂଚନା ରହିଛି । ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରସ୍ତାବ ରଖିଛନ୍ତି। ସେ କହିଛନ୍ତି ଛୋଟ ଛୋଟ ଅଞ୍ଚଳକୁ ଜୋନରେ ବିଭକ୍ତ କରାଯାଉ। ଏହାସହ ଜୋନର ବିଭକ୍ତିକରଣ ପାଇଁ ସ୍ଥାନୀୟ ପ୍ରଶାସନକୁ  ଅନୁମତି ଦିଆଯାଉ ବୋଲି କହିଛନ୍ତି।

Get real time updates directly on you device, subscribe now.