fbpx

ଡାରିଲ ମିଚେଲଙ୍କ ଲଢୁଆ ଅର୍ଦ୍ଧଶତକ: ଫାଇନାଲରେ ପହଞ୍ଚିଲା ନ୍ୟୁଜିଲାଣ୍ଡ

ନୂଆଦିଲ୍ଲୀ: ଓପ୍ନର ଡେରିଲ୍ ମିଚେଲଙ୍କ ଲଢୁଆ ଅର୍ଦ୍ଧଶତକ ସହିତ ଫାଇନାଲରେ ପ୍ରବେଶ କରିଛି ନ୍ୟୁଜିଲାଣ୍ଡ । ୧୬୭ ରନର ପିଛା କରୁଥିବା ନ୍ୟୁଜିଲାଣ୍ଡ ୫ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ୧୩ ରନରେ ୨ଟି ୱିକେଟ ହରାଇ ସଂଘର୍ଷ କରୁଥିବା ନ୍ୟୁଜିଲାଣ୍ଡ ପକ୍ଷରୁ ଡେରିଲ ମିଚେଲ (୭୨) ଏବଂ ଡେଭନ କନୱେ(୪୬) ୮୨ ରନ ଯୋଡିଥିଲେ । କନୱେ ୩୮ ବଲ ଖେଳି ୫ ଚୌକା ଓ ୧ ଛକା ମାରିଥିଲେ । ୪୭ ବଲ ଖେଳିଥିବା ମିଚେଲ ୪ଟି ଲେଖାଏଁ ଛକା ଓ ଚୌକା ସହିତ ୭୨ ରନ ସଂଗ୍ରହ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିମି ନିଶାମ ୧୧ ବଲରୁ ୨୭ ରନ ସଂଗ୍ରହ କରିଥିଲେ । ଇଂଲଣ୍ଡ ପକ୍ଷରୁ ଲିଭିଙ୍ଗଷ୍ଟୋନ ଓ ଓକ୍ସ ଦୁଇଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।

ଆବୁଧାବିରେ ଖେଳା ଯାଇଥିବା ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ । ଜୋସ ବଟଲର(୨୯) ଓ ଜନି ବେୟାରଷ୍ଟୋ(୧୩) ପ୍ରଥମ ୱିକେଟରେ ୩୭ ରନ ଯୋଡିଥିଲେ । ୧୬ ରନ ବ୍ୟବଧାନରେ ସୋଧୀଙ୍କୁ ରିଭର୍ସ ସ୍ୱିପ ଖେଳିବାକୁ ଯାଇ ବଟଲର ଆଉଟ ହୋଇଥିଲେ । ଡାୱିଡ ମଲାନ(୪୧) ଏବଂ ମୋଇନ ଅଲୀ(୫୧)ଙ୍କ ମଧ୍ୟରେ ୬୩ ରନର ଭାଗିଦାରୀ ହୋଇଥିଲା । ମଲାନ ୩୦ ବଲରୁ ୪ ଚୌକା ଓ ୧ ଛକା ସହିତ ୪୧ ରନ ସଂଗ୍ରହ କରିଥିଲେ । ମୋଇନ ଅଲୀ ୩୭ ବଲରୁ ୩ ଚୌକା ଓ ୨ ଛକା ସହିତ ୫୧ ରନ ସଂଗ୍ରହ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଲିଆମ ଲିଭିଙ୍ଗଷ୍ଟୋନ ୧୭ ରନର ଅବଦାନ ଦେଇଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ଟିମ୍ ସାଉଦି, ଆଡାମ ମିଲନେ, ଇସ୍ ସୋଧୀ ଓ ଜିମି ନିଶାମ ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ଡାରିଲ ମିଚେଲଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା ।

Get real time updates directly on you device, subscribe now.