fbpx

ଆଜିଠାରୁ ବଢ଼ିଲା Vodafone-idea ରିଚାର୍ଜ ପ୍ଲାନ୍, ଜାଣନ୍ତୁ କେତେ ହେଲା ଡାଟା-କଲିଂ ଖର୍ଚ୍ଚ

ନୂଆଦିଲ୍ଲୀ: ଭୋଡାଫୋନ୍-ଆଇଡିଆ ର ରିଚାର୍ଜ ପ୍ଲାନ୍ ଆଜି ଠାରୁ ବୃଦ୍ଧି ପାଇଛି । ତେଣୁ ଯେଉଁ ମାନେ ଭୋଡାଫୋନ୍ -ଆଇଡିଆକୁ ବ୍ୟବହାର କରୁଛନ୍ତି ସେମାନଙ୍କ ପାଇଁ ଏହା ଜାଣିବା ନିହାତି ଦରକାର । କମ୍ପାନୀ ତରଫରୁ ପ୍ରିପେଡ୍ ପ୍ଲାନ୍ସର ଦମେ୍ ୫୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଟେରିଫ୍ ହାଇକ୍ ପରେ ଏବେ ୟୂଜର୍ସଙ୍କୁ ଫ୍ରୀ କଲିଂ, ଡାଟା, ଅନଲିମିଟେଡ୍ ପ୍ଲାନ୍ସ ସହିତ ଡାଟା ଆଡ୍-ଅନ୍ ପ୍ୟାକ୍ ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ଭୋଡାଫୋନ୍-ଆଇଡିଆ ବ୍ୟତୀତ ଏୟାରଟେଲ୍ ମଧ୍ୟ ନିଜର ପ୍ରୀପେଡ୍ ସେବାକୁ ମହଙ୍ଗା କରିଛି । ଏୟାରଟେଲ୍ ପ୍ରୀପେଡ୍ ସେବାର ନୂଆ ଦାମ୍ ନଭେମ୍ବର ୨୬ ତାରିଖରୁ ଲାଗୁ ହେବ ।

ଭୋଡାଫୋନ୍-ଆଇଡିଆ ର ୧.୫ଜିବି ଡାଟା ଅଫର୍ ଯୁକ୍ତ ପ୍ଲାନ୍ ଖୁବ୍ ଲୋକପ୍ରିୟ ହୋଇଥିବା ବେଳେ ଏବେ ଏହି ପ୍ଲାନ୍ସ ପାଇଁ ଅଧିକ ଟଙ୍କା ଦେବାକୁ ହେବ । ୨୮ ଦିନର ଭାଲିଡିଟି ସହତିୁ ଆସୁଥିବା ୨୪୯ ଟଙ୍କାର ପ୍ଲାନ୍ ଏବେ ୨୯୯ ଟଙ୍କା ହୋଇଯାଇଛି । ସେହିପରି କମ୍ପାନି ୨୯୯ ଟଙ୍କାର ପ୍ଲାନ୍ କୁ ବଢ଼ାଇ ୩୫୯ ଟଙ୍କା କରି ଦେଇଛି ।

କମ୍ପାନୀ ଏହାର ୫୬ ଦିନିଆ ପ୍ଲାନକୁ ମଧ୍ୟ ମହଙ୍ଗା କରିଛି। ୫୬ ଦିନର ବୈଧତା ସହିତ କମ୍ପାନୀର ଲୋକପ୍ରିୟ ଯୋଜନା ଶୁଳ୍କ ବୃଦ୍ଧି ପରେ ୫୩୯ ଟଙ୍କା ହୋଇଛି । ପୂର୍ବରୁ ଏହି ଯୋଜନା ୪୪୯ ଟଙ୍କା ପାଇଁ ଆସୁଥିଲା । ଏହି ପ୍ଲାନ୍ ରେ ୨ ଜିବି ଡାଟା ମିଳିଥାଏ । ସେହିପରି ୫୬ ଦିନିଆ ବୈଧତା ସହିତ ଆସୁଥିବା ୩୯୯ ଟଙ୍କାର ପ୍ଲାନ୍ ବୃଦ୍ଧି ପାଇ ୪୭୯ ଟଙ୍କା ,ହୋଇଯାଇଛି । ଏହି ପ୍ଲାନ୍ ପ୍ରତିଦିନ ୧.୫ ଜିବି ଡାଟା ଅଫର୍ ସହିତ ଆସିଥାଏ ।

ସେହିପରି ୮୪ ଦିନିଆ ପ୍ଲାନକୁ ମଧ୍ୟ ମହଙ୍ଗା କରିବା ସହିତ ୬୯୯ ଟଙ୍କାର ପ୍ଲାନ୍ କୁ ପାଇବା ପାଇଁ ୮୩୯ ଟଙ୍କା ଦେବାକୁ ହେବ । ଏହି ପ୍ଲାନ୍ ରେ ୨ ଜିବି ଡାଟା ମିଳିଥାଏ । ସେହିପରି ୫୬ ଦିନିଆ ବୈଧତା ସହିତ ଆସୁଥିବା ୫୯୯ ଟଙ୍କାର ପ୍ଲାନ୍ ବୃଦ୍ଧି ପାଇ ୭୧୯ ଟଙ୍କା ହୋଇଯାଇଛି । ଏହି ପ୍ଲାନ୍ ରେ ପ୍ରତିଦିନ ୧.୫ ଜିବି ଡାଟା ଅଫର୍ ମିଳିବ । ଏହା ବ୍ୟତୀତ ୨୩୯୯ ଟଙ୍କାର ପ୍ଲାନ୍ ୫୦୦ ଟଙ୍କା ମହଙ୍ଗା ହୋଇଛି । ଏବେ ଏହା ବୃଦ୍ଧି ପାଇ ୨୮୯୯ ଟଙ୍କା ହୋଇଯାଇଛି ।

 

Get real time updates directly on you device, subscribe now.