fbpx

ଏପରି ଏକ ବଗିଚା, ଯେଉଁଠାରେ ନିଶ୍ୱାସ ନେଲେ ଚାଲିଯାଉଛି ଜୀବନ! ୧୦୦ ରୁ ଅଧିକ ଲୋକଙ୍କର ହେଲାଣିି ମୃତ୍ୟୁ

ନୂଆଦିଲ୍ଲୀ: ଦୁନିଆରେ ଏପରି କିଛି ରହସ୍ୟମୟ ସ୍ଥାନ ରହିଛି, ଯେଉଁଠାକୁ ଯିବା ମାତ୍ରେ ଲୋକଙ୍କର ମୃତ୍ୟୁ ହେଉଛି । କିଛି ସ୍ଥାନର ତ ନାଁ ଶୁଣିବା ମାତ୍ରେ ଲୋକମାନେ ଭୟରେ ଧରିବାକୁ ଲାଗନ୍ତି । ଇଂଲଣ୍ଡର ଏପରି ଏକ ବଗିଚା ରହିଛି, ଯେଉଁଠାକୁ ଯାଇ ମଣିଷ ଜୀବନ୍ତା ଫେରିନଥାଏ । ସେଠାକୁ ଯାଇ ନିଶ୍ୱାସ ନେବା ମାତ୍ରେ ମଣିଷର ମୃତ୍ୟୁ ହୋଇଥାଏ ।

ଏହି ବଗିଚାର ନାଁ ଶୁଣି ଲୋକମାନେ ଭୟ କରନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କି, କେବେବି ଲୋକଙ୍କୁ ବଗିଚା ମଧ୍ୟକୁ ଏକୁଟିଆ ଯିବାକୁ ପରାମର୍ଶ ଦିଆଯାଇନଥାଏ । ବଗିଚାକୁ ଯିବା ପାଇଁ ଲୋକମାନେ ସବୁବେଳେ ଗାର୍ଡ ନେଇ ଯାଆନ୍ତି । ଯଦି କେହି ବି ଭୁଲରେ ଏକାକୀ ବଗିଚା ଭିତରକୁ ଚାଲିଯାଏ, ତେବେ ଜୀବିତ ଫେରିନଥାଏ ।

ତେବେ ୟୁକେର ନର୍ଥମ୍ବଲ୍ୟାଣ୍ଡରେ ଥିବା ଏହି ବଗିଚାର ନାଁ ହେଉଛି ଆଲନୱିକ୍ ପଏଜନ୍ ଗାର୍ଡନ ବା The Alnwick Poison Garden । ଏହା ବିଷାକ୍ତ ବଗିଚା ନାଁରେ ପରିଚିତ । ଏହା ଦୁନିଆର ସବୁଠାରୁ ବିଷାକ୍ତ ବଗିଚା ଭାବେ ଗଣାଯାଏ । ଆଶ୍ଚର୍ଯ୍ୟକର କଥା ହେଉଛି କି, ଏହି ବଗିଚା ଇଂଲଣ୍ଡର ସବୁଠାରୁ ଆକର୍ଷଣର କେନ୍ଦ୍ର ମଧ୍ୟରୁ ଅନ୍ୟତମ । ଏଠାରେ ରଙ୍ଗ-ବେରଙ୍ଗର ଗଛଲତା, ସୁଗନ୍ଧିତ ଗୋଲାପ ଓ ଅନ୍ୟାନ୍ ଉଦ୍ଭିଦ ଲୋକଙ୍କୁ ଆକର୍ଷିତ କରିଥାଏ ।

ଏହି ବଗିଚାରେ ପ୍ରବେଶ କରିବା ମାତ୍ରେ ଏକ କଳା ଲୁହା କବାଟ ରହିଥିବାର ଦେଖିବାକୁ ମିଳିଥାଏ । ଏହି ଗେଟରେ ସ୍ପଷ୍ଟ ଭାବରେ ଲେଖା ହୋଇଛି ଯେ, ଫୁଲ ସୁଙ୍ଘିବା ବା ଛିଡାଇବା ମନା । ପ୍ରବେଶ ଦ୍ୱାରରେ ଏହା ସ୍ପଷ୍ଟ ଭାବେ ଚେତାବନୀ ଦିଆଯିବ ସହିତ ଏକ ବିପଦ ସଙ୍କେତ ଦିଆଯାଇଛି । ଏହି ବିଷାକ୍ତ ବଗିଚା ୧୪ ଏକରର ରହିଛି । ଏଠାରେ ପ୍ରାୟ ୭୦୦ ବିଷାକ୍ତ ଉଦ୍ଭିଦ ଅଛି । କୁହାଯାଏ ଯେ, ରାଜାମାନେ ନିଜ ଶତ୍ରୁମାନଙ୍କୁ ପରାସ୍ତ କରିବା ପାଇଁ ଏହି ବିଷାକ୍ତ ଫୁଲଗୁଡିକର ବ୍ୟବହାର କରୁଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ୧୦୦ ରୁ ଅଧିକ ଲୋକ ଉଦ୍ୟାନକୁ ଆସିବା ପରେ ରହସ୍ୟମୟ ଭାବରେ ମୃତ୍ୟୁ ବରଣ କରିଛନ୍ତି । ସାମାନ୍ୟ ଭୁଲ ଯୋଗୁଁ ଏଠାରେ ଆପଣଙ୍କ ଜୀବନ ବି ଚାଲିଯାଇପାରେ ।

Get real time updates directly on you device, subscribe now.