fbpx

ସୋସିଆଲ ମିଡିଆରେ ଠକେଇରୁ କିପରି ବର୍ତ୍ତିବେ ? ଆପଣାନ୍ତୁ ଏହି ଟିପ୍ସ

Advertisement

ଫେସବୁକ ଅର୍ଥାତ୍ ମେଟା ନିକଟରେ ଏକ ଚେତାବନୀ ଦେଇଥିଲା, ଯେଉଁଥିରେ ଫେସବୁକର ୧୦ ଲକ୍ଷରୁ ଅଧିକ ୟୁଜର୍ସଙ୍କ ଡାଟା ସହ ପାସୱାର୍ଡ ଲିକ୍ ହୋଇଥିବା କୁହାଯାଇଥିଲା । କମ୍ପାନୀର କହିବା ଅନୁଯାୟୀ, ପ୍ରାୟ ୪୦୦ ଟି ଆପ୍ ମାଧ୍ୟମରେ ଏହି ଲିକ୍ ହୋଇଛି । ଏଥିରେ ଠକେଇ କରୁଥିବା କିଛି ଆପ୍ ମଧ୍ୟ ସାମିଲ ରହିଛି । ତେବେ ଆସନ୍ତୁ ଜାଣିବା କ’ଣ ରହିଛି ମାମଲା ଓ ଏଥିରୁ ବର୍ତ୍ତିବାର ଉପାୟ…

ବ୍ଲୁମବର୍ଗର ରିପୋର୍ଟ ଅନୁଯାୟୀ, ଗୁଗୁଲ୍ ପ୍ଲେ ଷ୍ଟୋର୍ ଏବଂ ଆପଲ୍ ପ୍ଲେ ଷ୍ଟୋରରେ ଠକେଇ କରୁଥିବା ଆପ୍ ଫଟୋ ଏଡିଟର, ମୋବାଇଲ୍ ଗେମ୍, ହେଲଥ୍ ଟ୍ରାକର୍ ଆକାରରେ ଅନେକ ସାମିଲ ଥିଲା । ଏହିପରି ଆପ୍ ପ୍ରାୟତଃ ଖେଳ, ଏଡିଟର ଏବଂ ଅନ୍ୟ ପରି କାମ କରିଥାଏ, ଯେଉଁଗୁଡ଼ିକୁ ଅଧିକାଂଶ ଲୋକ ସନ୍ଦେହ କରନ୍ତି ନାହିଁ ଓ ତାହାର ଶିକାର ହୁଅନ୍ତି ।

ଲଗଇନ୍ ପରେ କାମ କରିନଥାଏ:-
ଏହି ଆପ ବ୍ୟବହାରକାରୀଙ୍କୁ ଫେସବୁକ୍ ଆକାଉଣ୍ଟ ମାଧ୍ୟମରେ ଲଗଇନ୍ କରୁଥିଲା । ଏହା ପରେ ସମସ୍ତ ପ୍ରକାରର ଆକସେସ୍ ଆଗୁଥିଲା । ମେଟାର କହିବା ଅନୁସାରେ, ଏହି ଆପଗୁଡ଼ିକ ଫେସବୁକ ଆକାଉଣ୍ଟ ମାଧ୍ୟମରେ ଲଗଇନ କରୁଥିଲା, କିନ୍ତୁ ଲଗଇନ ପରେ କାମ କରୁନଥିଲା । ଡାଟା ଚୋରମାନେ ଜାଣନ୍ତି ଯେ ଏହିପରି ଆପ୍ କେତେ ଲୋକପ୍ରିୟ, ତେଣୁ ଡାଟା ଚୋରି କରିବା ପାଇଁ ସମାନ ପ୍ରଣାଳୀ ବ୍ୟବହାର କରନ୍ତି ।

ଏହି ଆପ ମାଧ୍ୟମରେ ଅଧିକ ଡାଟା ଚୋରି ହେଉଛି:-
ଯେଉଁ ଆପ୍ ମାଧ୍ୟମରେ ଅଧିକାଂଶ ଫେସବୁକ୍ ବ୍ୟବହାରକାରୀଙ୍କ ଡାଟା ଚୋରି ହୋଇଛି, ସେଥିରେ ଫଟୋ ଏଡିଟର, କ୍ୟାମେରା ଆପ୍, ଭିପିଏନ୍ ସେବା, ରାଶିଫଳ ଏବଂ ଫିଟନେସ୍ ଟ୍ରାକିଂ ଆପ୍ ସାମିଲ ରହିଛି । ଏହିପରି ଆଣ୍ଡ୍ରଏଡ୍ ଆପ୍ ସଂଖ୍ୟା ଅଧିକ ଥିଲା । ଡାଟା ଚୋରି କରୁଥିବା ଅଧିକାଂଶ ଆପ୍ ଗୁଡିକ ହେଉଛି ଫଟୋ ଫିଲ୍ଟର୍ ଏବଂ ବିଜନେସ୍ ୟୁଟିଲିଟି । ସେଗୁଡ଼ିକର ନାଁ ମେଟା ବିଜନେସ୍, ଏଫବି ଆନାଲିଟିକ୍ସ ଇତ୍ୟାଦି ଥିଲା, ଯାହାଦ୍ୱାରା ଉପଭୋକ୍ତାମାନେ ଦ୍ୱନ୍ଦ୍ୱରେ ପଡିଥିଲେ ।

ଠକେଇ ମାମଲାରେ କଣ କରିବେ?
କୌଣସି ପ୍ରକାରର ଡାଟା ଚୋରି ମାମଲାରେ ସର୍ବପ୍ରଥମେ ସମସ୍ତ ଡିଭାଇସରୁ ନିଜ ଆକାଉଣ୍ଟକୁ ଲଗଆଉଟ୍ କରନ୍ତୁ ଏବଂ ଆପଣଙ୍କର ପାସୱାର୍ଡ ଚେଞ୍ଚ କରନ୍ତୁ । ପାସୱାର୍ଡରେ ନାମ, ମୋବାଇଲ୍ ନମ୍ବର ଏବଂ ଇ-ମେଲ୍ ଆଇଡି ଆଦିର ବ୍ୟବହୃତ ନକରିବା ଉଚିତ୍ ।

Get real time updates directly on you device, subscribe now.