fbpx

ଡାଟା ଶେଷ ହେଲେବି ବନ୍ଦ ହେବନି ହାଇ ସ୍ପିଡ୍ ଇଣ୍ଟରନେଟ୍: ଜିଓ ଆଣିଛି ଦମଦାର ଅଫର୍, ଏମିତି ଉଠାନ୍ତୁ ଫାଇଦା

ନୂଆଦିଳ୍ଲୀ: ରିଲାଏନ୍ସ ଜିଓ ନିଜ ଗ୍ରାହକଙ୍କୁ ଯୋଡ଼ି ରଖିବା ପାଇଁ ଅନେକ ଶସ୍ତା ରିଚାର୍ଜ ପ୍ଲାନ ଏବଂ ଅନେକ ସେବା ଅଫର କରିଥାଏ । ଏହି କ୍ରମରେ ଜିଓ ନିଜ ଗ୍ରାହକଙ୍କୁ ପାଇଁ ଏକ ଖାସ୍ ସୁବିଧା ଆରମ୍ଭ କରିଛି । ଏହା ହେଉଛି ‘ଇମରଜେନସୀ ଡାଟା ଲୋନ’ । ଏହି ସେବା ଅନୁଯାୟୀ, ଯେଉଁ ଗ୍ରାହକଙ୍କ ଡାଟା ଶେଷ ହୋଇଯାଇଛି ଏବଂ ସେ ରିଚାର୍ଜ କରିପାରୁନାହଁନ୍ତି ସେଭଳି ସ୍ଥିତିରେ ଗ୍ରାହକ ଏହି ଡାଟା ଲୋନ ନେଇପାରିବେ । ଏଥିରେ ୧ ଜିବି ଡାଟା ଲୋନରେ ମିଳିବ । ବଡ଼ କଥା ହେଉଛି ଏହି ଡାଟା ପାଇଁ ଆପଣ ଟଙ୍କା କେତେବେଳେ ବି ଦେଇପାରିବେ, ଏଥିପାଇଁ କୌଣସି ସମୟ ସୀମା ନାହିଁ ।

ଯଦି ଆପଣ ୧ଜିବି ଡାଟା ନେଉଛନ୍ତି ତେବେ ଆପଣଙ୍କୁ ପରେ ୧୧ ଟଙ୍କା ଦେବାକୁ ହେବ । ସେହିଭଳି ଯଦି ଆପଣ ୫ ଜିବି ଡାଟା ନେଉଛନ୍ତି ତେବେ ଆପଣଙ୍କୁ ପରେ ୫୫ ଟଙ୍କା ଦେବାକୁ ପଡ଼ିବ । ଏହି ପଇସାକୁ ଆପଣ କେତେବେଳେବି ସୁଝି ପାରିବେ, ଏଥିପାଇଁ କୌଣସି ସମୟ ସୀମା ନାହିଁ ।

ମାଇ ଜିଓ ଆପକୁ ଯାଇ ବାମ ପାଶ୍ୱର୍ରେ ଥିବା ମେନ୍ୟୁକୁ ଯାଆନ୍ତୁ । ଏଠାରେ ଆପଣଙ୍କୁ ଇମଜେନ୍ସ ଡାଟା ଲୋନର ଅପ୍ସନର ମିଳିବ ଏଥିରେ କ୍ଲିକ କରି ପ୍ଲାନ ବାଛନ୍ତୁ । ଏହାପରେ ଡାଟା ଲୋନ ପାଇଁ ଆକ୍ଟିଭେଟ କରନ୍ତୁ । ଏହି ଭଳି ଭାବରେ ଆପଣଙ୍କୁ ୧ ଜିବି ଡାଟା ମିଳିଯିବ ।

Get real time updates directly on you device, subscribe now.