‘ପିତାମାତାଙ୍କଠାରୁ ନିଜ ପାଠପଢ଼ା ଖର୍ଚ୍ଚ ଆଦାୟ କରିପାରିବେ ଝିଅ’: ସୁପ୍ରିମକୋର୍ଟ ଶୁଣାଇଲେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ସୁପ୍ରିମକୋର୍ଟ କହିଛନ୍ତି ଯେ ଝିଅ ପାଖରେ ନିଜ ପିତାମାତାଙ୍କଠାରୁ ଶିକ୍ଷା ଖର୍ଚ୍ଚ ଆଦାୟ କରିବାର ପୂର୍ଣ୍ଣ ଅଧିକାର ଅଛି । ପିତାମାତାଙ୍କୁ ସେମାନଙ୍କ ଆୟ ଧାରାରେ ଆବଶ୍ୟକୀୟ ପାଣ୍ଠି ଯୋଗାଇବାକୁ ବାଧ୍ୟ କରାଯାଇପାରେ । ସୁପ୍ରିମକୋର୍ଟ ୨୬ ବର୍ଷ ଧରି ଅଲଗା ରହୁଥିବା ଏକ ଦମ୍ପତିଙ୍କ ମାମଲାର ଶୁଣାଣି କରିଥିଲେ ।

ନୂଆଦିଲ୍ଲୀ: ଗୁରୁବାର ଦିନ ସୁପ୍ରିମକୋର୍ଟ ଏକ ଦମ୍ପତିଙ୍କ ମଧ୍ୟରେ ହୋଇଥିବା ବିବାଦର ଶୁଣାଣି କରି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେ, ଝିଅ ପାଖରେ ନିଜ ପିତାମାତାଙ୍କଠାରୁ ଶିକ୍ଷା ଖର୍ଚ୍ଚ ଆଦାୟ କରିବାର ପୂର୍ଣ୍ଣ ଅଧିକାର ଅଛି । ପିତାମାତାଙ୍କୁ ସେମାନଙ୍କ ଆୟ ହିସାବରେ ଆବଶ୍ୟକୀୟ ପାଣ୍ଠି ଯୋଗାଇବାକୁ ବାଧ୍ୟ କରାଯାଇପାରେ ।

ସୁପ୍ରିମକୋର୍ଟ ୨୬ ବର୍ଷ ଧରି ଅଲଗା ରହୁଥିବା ଏକ ଦମ୍ପତିଙ୍କ ମାମଲାର ଶୁଣାଣି କରିଥିଲେ । ଏହି ଦମ୍ପତିଙ୍କ ଝିଅ ଆୟରଲ୍ୟାଣ୍ଡରେ ପାଠ ପଢ଼ୁଥିଲେ । ଝିଅଟି ନିଜ ମାଆଙ୍କୁ ଦିଆଯାଇଥିବା ମୋଟ ଭରଣପୋଷଣର ଅଂଶ ଭାବରେ ତାଙ୍କ ବାପାଙ୍କ ଦ୍ୱାରା ଶିକ୍ଷା ପାଇଁ ଦିଆଯାଇଥିବା ୪୩ ଲକ୍ଷ ଟଙ୍କା ଗ୍ରହଣ କରିବାକୁ ମନା କରିଦେଇଥିଲେ ।

ଏହା ଉପରେ ବିଚାରପତି ସୂର୍ଯ୍ୟକାନ୍ତ ଏବଂ ବିଚାରପତି ଉଜ୍ଜଲ ଭୂୟାଙ୍କ ଖଣ୍ଡପୀଠ କହିଛନ୍ତି ଯେ ଝିଅ ପାଖରେ ନିଜ ପିତାମାତାଙ୍କଠାରୁ ଶିକ୍ଷା ଖର୍ଚ୍ଚ ଆଦାୟ କରିବା ଏକ ଅବିଭାଜ୍ୟ, ଆଇନଗତ ଭାବରେ ପ୍ରବର୍ତ୍ତନଯୋଗ୍ୟ ଏବଂ ବୈଧ ଅଧିକାର ଅଛି । ଝିଅର ଶିକ୍ଷା ଜାରି ରଖିବାର ମୌଳିକ ଅଧିକାର ଅଛି । ଏଥିପାଇଁ ପିତାମାତାଙ୍କୁ ସେମାନଙ୍କର ଆର୍ôଥକ ସମ୍ବଳର ସୀମା ଭିତରେ ଆବଶ୍ୟକୀୟ ପାଣ୍ଠି ଯୋଗାଇବାକୁ ପଡ଼ିପାରେ ।

 

କୋର୍ଟଙ୍କ ରାୟ:

ଖଣ୍ଡପୀଠ କହିଛନ୍ତି ଯେ, ଝିଅ ତାଙ୍କ ସମ୍ମାନ ବଜାୟ ରଖିବା ପାଇଁ ଟଙ୍କା ରଖିବାକୁ ମନା କରିଥିଲେ । ସେ ତାଙ୍କ ବାପାଙ୍କୁ ଟଙ୍କା ଫେରାଇ ନେବାକୁ କହିଲେ, କିନ୍ତୁ ବାପା ମନା କରିଦେଲେ । କୋର୍ଟ କହିଛନ୍ତି ଯେ, ଝିଅ ଆଇନଗତ ଭାବରେ ଏହି ରାଶି ପାଇବାର ହକଦାର । ବାପା କୌଣସି ଠୋସ୍ କାରଣ ବିନା ଟଙ୍କା ଦେଇଥିଲେ ଯାହା ଦର୍ଶାଏ ଯେ ସେ ତାଙ୍କ ଝିଅର ଶିକ୍ଷା ପାଇଁ ଆର୍ôଥକ ସହାୟତା ଯୋଗାଇବାକୁ ଆର୍ôଥକ ଭାବରେ ସକ୍ଷମ । କୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ଝିଅର ଏହି ରାଶି ନିଜ ପାଖରେ ରଖିବାର ଅଧିକାର ଅଛି । ତେଣୁ ତାଙ୍କୁ ତାଙ୍କ ମାଆ କିମ୍ବା ବାପାଙ୍କୁ ଟଙ୍କା ଫେରାଇବାକୁ ପଡିବ ନାହିଁ । ସେ ଏହାକୁ ଯଥାସମ୍ଭବ ଭାବରେ ଖର୍ଚ୍ଚ କରିପାରିବେ ।