fbpx

ଲଜ୍ଜିତ ହେଲା ମାନବିକତା, ବୃଦ୍ଧା ଶାଶୁଙ୍କୁ ନୃଶଂସ ଭାବେ ମାଡ଼ ମାରୁଥିଲା ବୋହୂ, ଭିଡିଓ ଭାଇରାଲ କଲେ ପଡ଼ୋଶୀ

ଲଜ୍ଜିତ ହେଲା ମାନବିକତା, ବଦଳିଗଲା ବୋହୂର ପ୍ରକୃତ ଚରିତ୍ର, ଭୁଲିଗଲା ସ୍ନେହ, ଭୁଲିଗଲା ମମତା… ନିର୍ଦ୍ଦୟ ଭାବେ ନିଜ ଶାଶୁଙ୍କୁ ମାରିଲେ ମାଡ଼ । ଉତ୍ତରପ୍ରଦେଶ କାନପୁରର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ମାନବିକତା ଲଜ୍ଜିତ କରିବା ଭଳି ଘଟଣା ଦେଖିବାକୁ ମିଳିଛି ।

ଭିଡିଓଟି କାନପୁର ଜିଲ୍ଲାର ଚକେରୀର ବୋଲି କୁହାଯାଉଛି । ଭିଡିଓରେ ଜଣେ ମହିଳା ନିଜର ଶତାୟୁ ଶାଶୁଙ୍କୁ ଅତି ନିର୍ଦ୍ଦୟ ଭାବରେ ପିଟୁଥିବାର ନଜର ଆସୁଛନ୍ତି । ଭିଡିଓରେ ଦେଖାଯାଉଛି ଯେ ତଳେ ବସିଥିବା ଶାଶୁଙ୍କୁ ତାଙ୍କ ବୋହୂ କେତେବେଳେ ମାଡ଼ ମାରୁଛନ୍ତି ତ’ କେତେବେଳେ ଚୁଟି ଧରି ତଳେ ଘୋଷାଡ଼ି ଦେଉଛନ୍ତି । ଶାଶୁଙ୍କୁ ଗାଧୋଇବା ଠାରୁ ନେଇ ଖାଦ୍ୟ ଖୁଆଇବା ପର୍ଯ୍ୟନ୍ତ ପଶୁଙ୍କ ପରି ବ୍ୟବହାର କରୁଛନ୍ତି, ତେବେ ପଡ଼ୋଶୀ ଏହି ଘଟଣାର ଏକ ଭିଡିଓ ବନାଇଥିଲେ ଏବଂ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ । ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ ଆକ୍ସନ ନେଇଛି ଏବଂ ଶାଶୁଙ୍କୁ ଉତ୍ପୀଡ଼ନ ମାମଲାରେ ବୋହୂଙ୍କୁ ଗିରଫ କରିଛି । ବୋହୂକୁ ଥାନାକୁ ନେଇ ପୋଲିସ ପଚରାଉଚରା କରିଛି ।

ସୂଚନା ଅନୂଯାୟୀ, ବୃଦ୍ଧା ଜଣକ ହେଉଛନ୍ତି ଚକେରୀ ଘାଊଖେଡ଼ା ନିବାସୀ ଭଗବାନ ବଲୀଙ୍କ ୧୦୫ ବର୍ଷୀୟ ମା’ ଜୟରାମ ଦେବୀ । ଭଗବାନ ଇ-ରିକ୍ସା ଚଳାନ୍ତି । ପଡ଼େଶୀ କହିଛନ୍ତି ଯେ ଭଗବାନଙ୍କ ପତ୍ନୀ ଆରତୀ ଗୁପ୍ତା ନିଜ ଶାଶୁଙ୍କୁ ସବୁବେଳେ ନିର୍ମମ ଭାବରେ ମାଡ଼ ମାରନ୍ତି । ଭିଡିଓ ଦେଖିବା ପରେ ଚକେରୀ ଥାନା ଇନ୍ସପେକ୍ଟର ମହିଳା ପୋଲିସଙ୍କ ସହ ଭଗବାନ ବଲୀଙ୍କ ଘରକୁ ଯାଇଥିଲେ ଏବଂ ଆରତୀଙ୍କୁ ଧରି ଥାନାକୁ ଆଣିଥିଲେ ଏବଂ ଘଟଣାରେ ସମ୍ବନ୍ଧରେ ପଚରାଉଚରା କରିଥିଲେ । ଏସିପି ମୃଗାଙ୍କ ଶେଖର ମାମଲାର ଯାଞ୍ଚ କରୁଛନ୍ତି ।

Get real time updates directly on you device, subscribe now.