fbpx

ବିଜେପିରେ ସାମିଲ ହେଲେ ବୀରାପ୍ପାନର ଝିଅ

କୃଷ୍ଣଗିରି,୨୩ ।୨: ତାମିଲନାଡୁର କୃଷ୍ଣଗିରି ଜିଲ୍ଲାରେ ଥିବା କୁଖ୍ୟାତ ଚନ୍ଦନ କାଠ ଚୋର ବା ଜଙ୍ଗଲ ଦସ୍ୟୁ ବିରପ୍ପାନର ଝିଅ ବିଧ୍ୟା ରାଣୀ ଆଜି ବିଜେପିରେ ସାମିଲ ହୋଇଛନ୍ତି । ବିଜେପିର ରାଷ୍ଟ୍ରୀୟ ମହାସଚିବ ମୁରଲୀଧର ରାଓ, ପୂର୍ବ କେନ୍ଦ୍ରମନ୍ତ୍ରୀ ପି.ରାଧାକୃଣ୍ଣନଙ୍କ ସମେତ ଅନ୍ୟ ନେତାଙ୍କ ଉପସ୍ଥିତିରେ ସେ ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି । ତାମିଲନାଡୁର କୃଷ୍ଣଗିରିରେ ଆୟୋଜିତ କାର୍ଯ୍ୟକ୍ରମରେ ୧୦୦ କର୍ମୀଙ୍କ ସହ ବିଧ୍ୟା ବିଜେପିରେ ଯୋଗଦେଇଛନ୍ତି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନକଲ୍ୟାଣକାରୀ ଯୋଜନାରେ ଅନୁପ୍ରାଣିତ ହୋଇ ସେ ବିଜେପିରେ ଯୋଗଦେଇଥିବା କହିଛନ୍ତି ।

Get real time updates directly on you device, subscribe now.