fbpx

ଧାରଣାରୁ ଉଠିଲେ ଅନୁପ ସାଏଙ୍କ ପରିବାର

ଭୁବନେଶ୍ୱର, ୨୩ା୨(ଓଡ଼ିଶା ଭାସ୍କର): ବହୁଚର୍ଚ୍ଚିତ କଳ୍ପନା ଓ ବବଲି ଡବଲ ମର୍ଡର ଘଟଣାରେ ଗିରଫ ହୋଇଥିବା ପୂର୍ବତନ ବିଜେଡ଼ି ବିଧାୟକ ଅନୁପ ସାଏଙ୍କ ପରିବାର ଲୋକେ ଆଜି ଧାରଣାରୁ ହଟିଛନ୍ତି । ଗତକାଲିଠାରୁ ଝାରସୁଗୁଡା ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବସିଥିବା ତାଙ୍କ ପରିବାର ଲୋକଙ୍କୁ ଜିଲାପାଳଙ୍କ ବୁଝାସୁଝା କରିଥିଲେ । ଜିଲ୍ଲାପାଳଙ୍କ ବୁଝାସୁଝା ପରେ ହିଁ ସେମାନେ ଧାରଣାରୁ ଉଠିଛନ୍ତି । ପରିବାର ଲୋକଙ୍କ ଦାବି ସମ୍ପର୍କରେ ଗୃହ ବିଭାଗକୁ ଅବଗତ କରାଇବାକୁ ଜିଲ୍ଲାପାଳ କହିଛନ୍ତି ।

ତେବେ ଗତକାଲି ସନ୍ଧ୍ୟାରୁ ଅନୁପଙ୍କ ସ୍ତ୍ରୀ, ପୁଅ ଓ ଝିଅଙ୍କ ଭାଇ ଓ ଭାଉଜ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ । ରାୟଗଡ଼ ପୋଲିସ ଧମକ ଦେବା ସହ ରାତିଅଧରେ ଉଠାଇନେବାକୁ କହୁଥିବା ଅଭିଯୋଗରେ ଅନୁପଙ୍କ ପରିବାର ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଥିଲେ। ଅନ୍ୟପଟେ ଆଜି ପ୍ରଥମ ଥର ପାଇଁ ଅନୁପ ସାଏଙ୍କ ପତ୍ନୀ ଏହି ମାମଲରେ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଯେ, ‘ମୃତ କଳ୍ପନା ଦାସଙ୍କୁ ଜାଣିନାହାନ୍ତି । ଯେଉଁଦିନ ମୋ ସ୍ୱାମୀଙ୍କୁ ଗିରଫ କରାଯାଇଥିଲା ସେଦିନ କଳ୍ପନାଙ୍କ ନାମ ଶୁଣିଲି । ଘରେ କେବେ କଳ୍ପନାଙ୍କ ନାଁ ନେଇ ଚର୍ଚ୍ଚା ମଧ୍ୟ ହୋଇନଥିଲା । କାହାକୁ କିଛି ନଜଣାଇ ମୋ ସ୍ୱାମୀଙ୍କୁ ଗିରଫ କରାଯାଇଛି । ଏହାସହ ଏହି ଘଟଣାରେ ମୋ ପୁଅକୁ ମଧ୍ୟ ନୋଟିସ ଦିଆଯାଇଛି ।’

Get real time updates directly on you device, subscribe now.