fbpx

ପତ୍ନୀଙ୍କ ସହ ୫୦ ମିନିଟ୍ ପର୍ଯ୍ୟନ୍ତ ତାଜ୍ ବୁଲିବେ ଟ୍ରମ୍ପ

ନୂଆଦିଲ୍ଲୀ,୨୩ ।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆସନ୍ତାକାଲି ଭାରତ ଗସ୍ତରେ ଆସୁଛନ୍ତି । ସୋମବାର ସକାଳ ୧୧ଟା ୪୦ରେ ଗୁଜୁରାଟ ଅହମଦାବାଦ ଏୟାରପୋର୍ଟରେ ପତ୍ନୀଙ୍କ ସହ ପହଞ୍ଚିବେ ଟ୍ରମ୍ପ । ସେଠାରୁ ସନ୍ଧ୍ୟାରେ ସେ ଆଗ୍ରା ଅଭିମୁଖେ ଯାତ୍ରା ଆରମ୍ଭ କରିବେ । ଟ୍ରମ୍ପଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଗୃହମନ୍ତ୍ରୀ ଅମିତ ଶାହା ନିଜେ ଅହମଦାବାଦରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି ।

ତେବେ ଡୋନାଲ୍ଡ ଟ୍ରମ୍ପ ନିଜ ପତ୍ନୀଙ୍କ ସହ ଆସନ୍ତାକାଲି ସନ୍ଧ୍ୟାରେ ଆଗ୍ରା ପହଞ୍ଚିବେ । ସେଠାରେ ତାଙ୍କର ଭବ୍ୟ ସ୍ୱାଗତ କରିବେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏହା ପରେ ଟ୍ରମ୍ପ ପତ୍ନୀ ମେଲାନିଆ ସହ ତାଜମହଲର ସୁନ୍ଦରତାକୁ ଉପଭୋଗ କରିବେ । ପତ୍ନୀଙ୍କ ସହ ୫୦ ମିନିଟ୍ ପର୍ଯ୍ୟନ୍ତ ତାଜ୍ ବୁଲିବା ପରେ ଟ୍ରମ୍ପ ଦିଲ୍ଲୀ ଅଭିମୁଖେ ବାହାରି ଯିବେ । ଟ୍ରମ୍ପଙ୍କ ସ୍ୱାଗତ ପାଇଁ ଆଗ୍ରାରେ ବହୁ ଶାନଦାର ପ୍ରସ୍ତୁତି ହୋଇଛି । ଟ୍ରମ୍ପଙ୍କ ସହିତ ଝିଅ ଇଭାଙ୍କା ଓ ଜ୍ୱାଇଁ ଜାରେଡ କୁଶନେର ମଧ୍ୟ ନୂଆଦିଲ୍ଲୀ ଗସ୍ତରେ ଆସୁଛନ୍ତି । ଜାରେଡ ଏବେ ଟ୍ରମ୍ପଙ୍କ ପରାମର୍ଶଦାତା ଭାବେ ହ୍ୱାଇଟହାଉସରେ କାର୍ଯ୍ୟ କରୁଛନ୍ତି । ଅନ୍ୟପଟେ ଭାରତ ଗସ୍ତ ପାଇଁ ଆଜି ଉଡ଼ାଣ ଭରିବେ ଆମେରିକା ରାଷ୍ଟ୍ରପତି । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ କରି ସ୍ୱାଗତ ବାର୍ତ୍ତା ଦେଇଛନ୍ତି । ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ଏକ ଭିଡିଓ ପୋଷ୍ଟ କରି ଟ୍ରମ୍ପଙ୍କ ସ୍ୱାଗତ ପାଇଁ ଗୁଜରାଟବାସୀ ଅପେକ୍ଷା କରିଛନ୍ତି ବୋଲି କହିଛନ୍ତି ।

Get real time updates directly on you device, subscribe now.