fbpx

ପ୍ରେମିକ ନାଁରେ ସିନ୍ଦୁର ପିନ୍ଧୁଥିଲା ଝିଅ, ଜାଣିବାପରେ ତଣ୍ଟିଚିପି ମାରିଦେଲା ମା’

ୟୁପି: ଉତ୍ତରପ୍ରଦେଶର ଇଟାୱାରୁ ଏକ ଅଭାବନୀୟ ଘଟଣା ସାମନାକୁ ଆସିଛି । ଝିଅ ନିଜ ମଥାରେ ବୟଫ୍ରେଣ୍ଡ ନାମରେ ସିନ୍ଦୁର ଲଗାଉଥିଲା । ଏଥିରେ ଖୁବ୍ ଜୋରରେ ରାଗି ଯାଇ ମାଆ ତଣ୍ଟି ଚିପି ନିଜ ଝିଅକୁ ହତ୍ୟା କରିଛି । ପୋଲିସ୍ ଅଭିଯୁକ୍ତ ମାଆକୁ ଗିରଫ କରି ଜେଲ୍ ପଠାଇଛି । ଏହି ଘଟଣାର ସୂଚନା ଇଟାୱା ପୋଲିସ୍ ଦେଇଛି । ପେ।।ଲିସ୍ କହିଛି ଯେ, ଅଭିଯୁକ୍ତ ମାଆ ନିଜ ଝିଅକୁ ହତ୍ୟା କରି ବେକରେ ଦଉଡି ବାନ୍ଧି ଝୁଲେଇ ଦେଇଥିଲା । ଏହି ଘଟଣା ଅଗଷ୍ଟ ୨୮ ତାରିଖରେ ହୋଇଥିବା ପୋଲିସ୍ ସୁତ୍ରରୁ ଜଣାପଡ଼ିଛି ।

ପୋଲିସ୍ ର କହିବାନୁଯାୟୀ, ଝିଅର ପରିବାର କହିଥିଲେ ଯେ, ତାଙ୍କ ଝିଅକୁ ହଇରାଣ କରୁଥିବା କିଛି ଯୁବକ ମିଶି ଏପରି କରିଛନ୍ତି ଓ ଫେରାର୍ ହୋଇଯାଇଛନ୍ତି । ପୋଲିସ୍ ପାଖକୁ ମାମଲା ଯିବା ପରେ ମାମଲା ରୁଜୁ କରାଗଲା । ଅଗଷ୍ଟ ୨୮ ତାରିଖରେ ଝିଅର ମାଆ ପୋଲିସ୍ କୁ କହିଥିଲେ ଯେ, ତାଙ୍କ ଝିଅ ବାହାରକୁ ମେଡିସିନ୍ ଆଣିବାକୁ ବାହାରକୁ ଯାଇଥିଲେ ଏବଂ ଯେତେବେଳେ ସେ ଫେରିଥିଲେ ତାଙ୍କ ମୁଣ୍ଡରେ ସିନ୍ଦୁର ଲାଗିଥିଲା । ପଚାରିବାରୁ ସେ ଝିଅ ନିଜ ପ୍ରେମିକ ନାମରେ ସିନ୍ଦୁର ପିନ୍ଧିଥିବା କଥା କହିଥିଲା । ଏହାପରେ ଦୁହିଁଙ୍କ ମଧ୍ୟରେ ଖୁବ୍ ଜୋରରେ ଝଗଡ଼ା ହୋଇଥିଲା । ରାଗରେ ଆସି ମାଆ ନିଜ ଝିଅର ତଣ୍ଟିଚିପି ହତ୍ୟା କରିଥିଲେ । ଏନେଇ ଅଭିଯୁକ୍ତ ମାଆ ପୋଲିସ୍ ପାଖରେ ଅନେକ ପଚରାଉଚରା ପରେ ମାନିଥିଲେ । ପୋଲିସ୍ ତାଙ୍କୁ ଗିରଫ କରି ଜେଲ୍ କୁ ପଠାଇଛି ।

Get real time updates directly on you device, subscribe now.