fbpx

ଗିରଫ ହେଲେ ମାନବବାଦ ସଂଗଠନ ମୁଖ୍ୟ ମାନସ ଦାସ!

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମାନବବାଦ୍ ସଂଗଠନ ମୁଖ୍ୟ ମାନସ ଦାସ ଗିରଫ ହୋଇଛନ୍ତି । ଏନଇ ସୂଚନା ମିଳିଛି । ଖୋର୍ଦ୍ଧା ପୋଳିସ୍ ମାନସ ଦାସଙ୍କୁ ତାଙ୍କ ବାସଭବନରୁ ଉଠାଇ ନେଇଛି । ତାଙ୍କ ନାମରେ ନିର୍ଯ୍ୟାତନା ଓ ହତ୍ୟା ଅଭିଯୋଗ ଭଳି ମାମଲା ରହିଛି । ଖୋର୍ଦ୍ଧାରୁ ଏକ ସ୍ୱତନ୍ତ୍ର ଟିମ୍ ମାନସ୍ ଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ବାପପୁଅଙ୍କୁ ପିଟିବା ଭିଡିଓ ଭାଇରାଲ୍ ହେବାପରେ ମାନସ ବିବାଦ ଘେରରେ ରହିଥିଲେ । ମାନବବାଦ୍ ସଂଗଠନ ବିରୋଧରେ ହତ୍ୟା ଅଭିଯୋଗ ଭଳି ମାମଲା ରହିଥିଲା । ତେବେ ଆଜି ତାଙ୍କ ବିରୋଧରେ ଆଉ ଏକ ଏଫଆଇଆର୍ ହୋଇଥିଲା । ଖୋର୍ଦ୍ଧା ବେଗୁନିଆ ଅଞ୍ଚଳରେ ଏହି ମାନସ ଦାସ ଆତଙ୍କରାଜ ଚଳାଇଥିଲା ।

Get real time updates directly on you device, subscribe now.