ବିଷାକ୍ତ ଦୟା ନଦୀ ପାଣି, ବ୍ୟବହାର ନକରିବାକୁ ଦିଆଗଲା ପରାମର୍ଶ
କଣାସରେ ଝାଡ଼ାବାନ୍ତି ବ୍ୟାପିବା ଘଟଣା । ଦୟାନଦୀ ପାଣି ବ୍ୟବହାର ନ କରିବାକୁ ଦିଆଗଲା ପରାମର୍ଶ ।
ପୁରୀ: କଣାସରେ ଝାଡ଼ାବାନ୍ତି ବ୍ୟାପିବା ଘଟଣା । ଦୟାନଦୀ ପାଣି ବ୍ୟବହାର ନ କରିବାକୁ ଦିଆଗଲା ପରାମର୍ଶ । ଗାଡ଼ିଆ-କୂଅ ପାଣିକୁ ପରୀକ୍ଷା ପାଇଁ ପଠାଯାଇଛି । ଭୟ ନକରିବାକୁ ଗାଁ ଲୋକଙ୍କୁ କହିଲେ ସିଡିଏମଓ ।
ତେବେ କଣାସରେ ପୁଣି ଡରାଇଲାଣଇ ଡାଇରିଆ । 5 ଦିନ ଭିତରେ ବିଭିନ୍ନ ଅଞ୍ଚଳରୁ 50ରୁ ଅଧିକ ବ୍ୟକ୍ତି ଡାଇରିଆରେ ଆକ୍ରାନ୍ତ ହୋଇଛନ୍ତି । ବର୍ତ୍ତମାନ କଣାସ ମେଡିକାଲରେ 6 ଜଣ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ଏନେଇ ସୂଚନା ଦେଇଛନ୍ତି କଣାସ ମେଡିକାଲର ଜନ ସ୍ୱସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ।
ଗତ କିଛି ମାସ ତଳେ କଣାସ ଅଞ୍ଚଳରେ ଡାଇରିଆ ରୋଗ 4 ଜଣଙ୍କର ମୁଣ୍ଡ ନେଇଥିଲା । ଦୟା ନଦୀ ପାଣି ବିଷାକ୍ତ ହୋଇଥିବାରୁ ଏହି ପାଣିକୁ ବ୍ୟବହାର କରିବାକୁ ମନା କରାଯାଇଥିଲା । ଏବେ ପୁଣି କଣାସ ବ୍ଲକରେ ଝାଡ଼ାବାନ୍ତି ବ୍ୟାପିବା ଚିନ୍ତାର କାରଣ ପାଲଟିଛି । ଏବେ ବି ପିଇବା ପାଣି ସମସ୍ୟା ଲାଗିରହିଛି । ସ୍ଥାୟୀ ସମାଧାନ ଦାବି କରିଛନ୍ତି ସ୍ଥାନୀୟ ଲୋକ ।