fbpx
BSKY SKY
BSKY SKY

୬ରୁ ୧୨ ବର୍ଷର ପିଲାମାନଙ୍କୁ ଦିଆଯିବ କୋଭାକ୍ସିନ୍ ଟିକା, DCGI ପକ୍ଷରୁ ମିଳିଲା ଅନୁମତି

BSKY

ନୂଆଦିଲ୍ଲୀ: ୬ରୁ ୧୨ ବର୍ଷ ବୟସର ପିଲାମାନଙ୍କୁ ଦିଆଯିବ କୋଭାକ୍ସିନ ଟିକା । ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (ଡିସିଜିଆଇ)ର ସବଜେକ୍ଟ ଏକ୍ସପର୍ଟ କମିଟି (ଏସଇସି) ପକ୍ଷରୁ ଭାରତ ବାୟୋଟେକ ନିର୍ମିତ ଏହି କୋଭିଡ୍ ଟିକାକୁ ଅନୁମତି ଦିଆଯାଇଛି । ବର୍ତ୍ତମାନ କୋଭାକ୍ସିନ ଟିକା ୧୫-୧୮ ବର୍ଷୀୟ ପିଲାମାନଙ୍କୁ ପ୍ରଦାନ କରାଯାଉଛି ।

ଏନେଇ ଗତ ଗୁରୁବାର ଦିନ ଏସଇସି ପକ୍ଷରୁ ଏକ ବୈଠକ ବସିଥିଲା । କୋଭାକ୍ସିନ କୋଭିଡ-୧୯ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଭାରତ ବାୟୋଟେକ ଦ୍ୱାରା କରାଯାଇଥିବା ଆବେଦନକୁ ଉକ୍ତ ବୈଠକରେ ସମୀକ୍ଷା କରାଯାଇଥିଲା । ଏହାପରେ ଏକ୍ସପର୍ଟ କମିଟି ତରଫରୁ କମ୍ପାନୀକୁ ଅତିରିକ୍ତ ତଥ୍ୟ ମଗାଯାଇଥିଲା, ଯାହାକି କମ୍ପାନୀ ପରବର୍ତ୍ତୀ ସମୟରେ ଦାଖଲ କରିଥିଲା ।

ସୂଚନାଯୋଗ୍ୟ ଯେ, ଗତ ଜାନୁଆରୀ ମାସରେ ୧୫-୧୮ ବର୍ଷର ପିଲାମାନଙ୍କର ଟିକାକରଣ କରାଯାଇଥିଲା । ଏହାପରେ ଗତ ମାର୍ଚ୍ଚ ମାସରେ ୧୨ ବର୍ଷରୁ ଅଧିକ ବୟସର ପିଲାମାନଙ୍କୁ ଟିକା ଦିଆଯାଇଥିଲା । ଦେଶରେ ବର୍ତ୍ତମାନ କିଛି ଦିନ ହେଲା କୋଭିଡ୍ ସଂକ୍ରମଣ ବଢ଼ିବାରେ ଲାଗିଛି । ମାତ୍ର ଏହାକୁ ନେଇ ଭୟଭୀତ ନ ହେବାକୁ ଏକ୍ସପର୍ଟମାନେ ମତ ଦେଇଛନ୍ତି ।

Get real time updates directly on you device, subscribe now.