fbpx
BSKY SKY
BSKY SKY

କୋମଳମତି ଶିଶୁଙ୍କୁ ସ୍କୁଲ ପଠାଅନି: ଅଭିଭାବକଙ୍କୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ

BSKY

ନୂଆଦିଲ୍ଲୀ: କୋମଳମତି ଶିଶୁଙ୍କୁ ସ୍କୁଲ ପଠାଇବାର ନିଷ୍ପତ୍ତିକୁ ଭର୍ତ୍ସନା କରିଛନ୍ତି ସୁପ୍ରିମକୋର୍ଟ । କମ୍ ବୟସରୁ ଶିଶୁଙ୍କ ପାଠ ପଢା ଆରମ୍ଭ ହେବା କାରଣରୁ ସେମାନଙ୍କର ମାନସିକ ସ୍ୱାସ୍ଥ୍ୟ ପ୍ରଭାବିତ ହୋଇଥାଏ ବୋଲି କହିଛନ୍ତି ସର୍ବୋଚ୍ଚ କୋର୍ଟ । ଶିଶୁ ମାନଙ୍କୁ ସେମାନଙ୍କର ମାନସିକ ସ୍ୱାସ୍ଥ୍ୟ ସୁରକ୍ଷିତ ରଖିବାର ସୁଯୋଗ ମିଳିବା ଉଚିତ୍ ବୋଲି କହିଛନ୍ତି ସର୍ବୋଚ୍ଚ କୋର୍ଟ । ଦୁଇ ବର୍ଷର ଶିଶୁଙ୍କୁ ମଧ୍ୟ ସ୍କୁଲ ପଠେଇବାକୁ ଅଭିଭାବକ ମାନେ ବ୍ୟସ୍ତତା ଦେଖାଉଛନ୍ତି ।

ମଙ୍ଗଳବାର କେନ୍ଦ୍ରୀୟ ବିଦ୍ୟାଳୟରେ ଆଡମିଶନ ବୟସ ବୃଦ୍ଧିକୁ ବିରୋଧ କରି ଆଗତ ଯାଚିକା ଉପରେ ବିଚାର କରି ସର୍ବୋଚ୍ଚ କୋର୍ଟ ଏଭଳି କହିଛନ୍ତି । କମ ବୟସରୁ ପାଠପଢା ଆରମ୍ଭ କରିବା ଦ୍ୱାରା ଶିଶୁ ମାନଙ୍କର ବୌଦ୍ଧିକ ବିକାଶ ଠିକ୍ ଢଙ୍ଗରେ ହୋଇ ନଥାଏ । ଜଷ୍ଟିସ୍ ସଞ୍ଜୟ କିଶାନ କୌଲ ଏବଂ ଏମ ଏମ୍ ସୁଦର୍ଶନଙ୍କ ଖଣ୍ଡପୀଠ ଏହି ନିଷ୍ପତ୍ତି ନେଇଥିଲେ ।

ମାର୍ଚ୍ଚ ୧୧ ତାରିଖରେ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି କିଛି ଅଭିଭାବକ ସର୍ବୋଚ୍ଚ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ କେନ୍ଦ୍ରୀୟ ବିଦ୍ୟାଳୟରେ ଆଡମିଶନର ବୟସକୁ ୬ କରି ଦେଇଥିଲେ । ଆଡମିଶନର ୪ ଦିନ ପୂର୍ବରୁ ଏପରି କରିବାକୁ ନେଇ ବିରୋଧ କରିଥିଲେ ଅଭିଭାବକ । କେଉଁ ବୟସରୁ ପାଠପଢା ଆରମ୍ଭ ହେବା ଉଚିତ ଏହା ସମ୍ପର୍କରେ ଏକ ରିପୋର୍ଟ ରହିଛି । ଅଭିଭାବକ ମାନେ ଏହି ଗାଇଡ୍ ଲାଇନ୍ ପାଳନ କରିବା ଆବଶ୍ୟକ ବୋଲି କୋର୍ଟ କହିଥିଲେ । ପୂର୍ବରୁ ଆଡମିଶନ ପାଇଁ ୫ ବର୍ଷ ସର୍ବନିମ୍ନ ବୟସ ରହିଥିବା ବେଳେ କୋର୍ଟ ଏହାକୁ ୬ ବର୍ଷକୁ ପରିବର୍ତ୍ତନ କରିଥିଲେ । ୨୧ଟି ରାଜ୍ୟ ଏହାକୁ ମାନି ନେଇଥିବା ବେଳେ ଜାତୀୟ ଶିକ୍ଷାନୀତିକୁ ଚ୍ୟାଲେଞ୍ଜ କରି ଏହାକୁ ଯାଚିକା ଦାଖଲ କରାଯାଇଥିଲା । ଏପ୍ରିଲ ୧୧ରେ ଦାଖଲ ଯାଚିକାକୁ ହାଇକୋର୍ଟ ଖାରଜ କରି ଦେଇଥିଲେ ।

Get real time updates directly on you device, subscribe now.