fbpx
BSKY SKY
BSKY SKY

JCBରେ ତାଡ଼ି କିଛି ମିନିଟରେ ନେଇଗଲେ ATM ମେସିନ୍, ସାମ୍ନାକୁ ଆସିଲା ସିସିଟିଭ ଫୁଟେଜ୍

BSKY

ନୂଆଦିଲ୍ଲୀ: ଇଣ୍ଟରନେଟରେ ଏପରି କିଛି ଭିଡିଓ ଦେଖିବାକୁ ମିଳିଥାଏ, ଯାହା ଆମର ମନୋରଞ୍ଜନ କରିଥାଏ । ସୋସିଆଲ ମିଡିଆରେ ଥିବା ପ୍ରତ୍ୟେକ ଭିଡିଓର କିଛି ଅଲଗା କାହାଣୀ ଥାଏ । ସେହିପରି ଜେସିବିର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ସୋସିଆଲ ପ୍ଲାଠଫର୍ମରେ ଆପଣ ଅନେକ ଭିଡିଓ ଦେଖିଥିବେ, କିନ୍ତୁ ଏହି ଭିଡିଓ ଅଲଗା ଯାହାକି ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ ।

ଆପଣ ପ୍ରାୟତଃ ଜେସିବିକୁ ନିର୍ମାଣ, ଖନନ କାମରେ ସାହାର୍ଯ୍ୟ କରୁଥିବାର ଦେଖିଥିବେ, କିନ୍ତୁ ଏହାକୁ ଚୋରି କରୁଥିବାର ଦେଖିଛନ୍ତି କି? କିଛି ଦୁର୍ବୃତ୍ତ ଚୋରି କରିବାକୁ ଜେସିବିର ସାହାର୍ଯ୍ୟ ନେଇଛନ୍ତି । ଘଟଣାର ଭିଡିଓ ଏଟିଏମରେ ଥିବା ସିସିଟିଭିରେ କଏଦ ହୋଇଛି, ଯେଉଁଥିରେ ସ୍ପଷ୍ଟ ଭାବରେ ଦେଖିବାକୁ ମିଳିଛି ଯେ ଜେସିବି କିପରି ଭିତରେ ପଶି ଏଟିଏମ ମେସିନ୍ ନେବାକୁ ଚେଷ୍ଟା କରୁଛି ।

ପ୍ରଥମେ ଭିଡିଓ ଦେଖିଲେ ଜେସିବିରେ ଏଟିଏମ୍ ମେସିନ ଚୋରି କରିବା ଆପଣଙ୍କୁ ଅସମ୍ଭବ ଲାଗିପାରେ । କିନ୍ତୁ କିଛି ମିନିଟ୍ ଭିତରେ ଜେସିବିଟି ଏଟିଏମ୍ ମେସିନ୍ ଉଠାଇ ସେଠାରୁ ଚାଲିଯାଇଥିଲା । ଏହି ଘଟଣା ମହାରାଷ୍ଟ୍ରର ସାଙ୍ଗଲି ଗ୍ରାମରେ ଘଟିଥିବା କୁହାଯାଉଛି ।

ମିଳିଥିବା ସୂଚନା ଅନୁସାରେ, ଏଟିଏମ୍ ମେସିନରେ ୨୭ ଲକ୍ଷ ଟଙ୍କା ଥିଲା । ଏହି ଭିଡିଓ ଲୋକଙ୍କୁ ଆଶ୍ଚର୍ଯ୍ୟ କରୁଛି । ଏହି ଭିଡିଓ ଦେଖିବା ପରେ ମଧ୍ୟ କିଛି ଲୋକ ଏହାକୁ ବିଶ୍ୱାସ କରିପାରୁନାହାନ୍ତି । କିଛି ୟୁଜର୍ସ ଭିଡିଓକୁ ଦେଖିବା ପରେ ବେରୋଜଗାରୀକୁ ଦାୟୀ କରିଛନ୍ତି ।

Get real time updates directly on you device, subscribe now.