fbpx
BJD
BJD SKY
BJD SKY

କଣ ଏବେ ବି ପ୍ଲେ ଅଫରେ ପ୍ରବେଶ କରି ପାରିବ ଚେନ୍ନାଇ ସୁପର କିଙ୍ଗ୍ସ ? ଜାଣନ୍ତୁ ପୂରା ସମୀକରଣ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ) ଇତିହାସର ସବୁଠୁ ସଫଳ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଏହି ସିଜିନରେ କ୍ରମାଗତ ଆଠ ପରାଜୟ ସହ ପ୍ରଥମ ଦଳ ଭାବେ ପ୍ଲେଅଫରୁ ବାଦ୍ ପଡି ସାରିଛି। ଅନ୍ୟପଟେ ଡିଫେଣ୍ଡିଂ ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗ୍ସ ସୋମବାର ଷଷ୍ଠ ପରାଜୟ ଭୋଗିଛି। ଏଥିସହ ଚଳିତ ସଂସ୍କରଣରେ ମୁମ୍ବାଇ ଏବଂ ଚେନ୍ନାଇ ବହୁତ ନିରାଶ କରିଛନ୍ତି। ଏବେ ଚେନ୍ନାଇର ପ୍ଲେଅଫରୁ ବାଦ୍ ପଡିବାର ଆଶଙ୍କା ଦେଖା ଦେଇଛି। ଚାଲନ୍ତୁ ଜାଣିବା କଣ ଏବେ ବି ଚେନ୍ନାଇ ସୁପର କିଙ୍ଗ୍ସ ପ୍ଲେ ଅଫରେ ପ୍ରବେଶ କରି ପାରିବ।

ସିଏସକେ ଅଦ୍ୟାବଧି ମୋଟ୍ ଆଠଟି ମ୍ୟାଚ୍ ଖେଳି ଦୁଇଟି ଜିତିଥିବା ବେଳେ ଛଅଟିରେ ହାରିଛି। ଦଳ ଖାତାରେ ୪ ପଏଣ୍ଟ ଥିବା ବେଳେ ନେଟ୍ ରନରେଟ୍ ବିଯୁକ୍ତ ୦.୫୩୮ ରହିଛି। ସିଏସକେକୁ ଆହୁରି ଛଅଟି ମ୍ୟାଚ୍ ଖେଳିବା ବାକି ରହିଛି। ତେବେ ଦଳକୁ ବାକି ଥିବା ଛଅଟି ମ୍ୟାଚ୍ ଜିତିବାକୁ ପଡିବ। ଏମିତି ହେଲେ ଦଳର ପଏଣ୍ଟ ସଂଖ୍ୟା ୧୬ ହୋଇଯିବ। କାବି ମ୍ୟାଚ୍ କେବଳ ଜିତିଲେ ହେବ ନାହିଁ ରନ ରେଟ୍ ଉପରେ ମଧ୍ୟ ଚେନ୍ନାଇକୁ ଧ୍ୟାନ ଦେବାକୁ ପଡିବ।

୧୬ ପଏଣ୍ଟ ପ୍ଲେ ଅଫରେ ପ୍ରବେଶ ପାଇଁ ପର୍ଯ୍ୟାପ୍ତ ହୋଇପାରେ। ଏମିତିରେ ସିଏସକେ ଯଦି ନିଜର ବଳକା ସବୁ ମ୍ୟାଚ୍ ଜିତେ ଏବଂ ନେଟ୍ ରନ ରେଟ୍ ଉନ୍ନତ ରହେ ତେବେ ଦଳର ପ୍ଲେ ଅଫକୁ ଯିବାର ସମ୍ଭାବନା ରହିବ। ଏହି ସବୁ ମଧ୍ୟରେ ଚେନ୍ନାଇକୁ ବାକି ଦଳର ମ୍ୟାଚ୍ ପରିଣାମ ଉପରେ ମଧ୍ୟ ନଜର ରଖିବାକୁ ପଡିବ। ସିଏସକେ ଡିଫେଣ୍ଡିଂ ଚାମ୍ପିଅନ ହୋଇଥିଲେ ମଧ୍ୟ ଚଳିତ ସିଜିନରେ ଆଶାନୁରୂପ ପ୍ରଦର୍ଶନ କରି ପାରି ନାହିଁ।

Get real time updates directly on you device, subscribe now.