fbpx

ପ୍ରକୃତି ମିଶ୍ର ମାମଲା ; ଦୁଇ ମାସରେ ନିଷ୍ପତ୍ତି ନେବେ ଡିସିପି

Advertisement

ଭୁବନେଶ୍ୱର : ହାଇକୋର୍ଟରେ ପ୍ରକୃତି ମିଶ୍ରଙ୍କ ମାମଲାର ଶୁଣାଣି ଶେଷ ହୋଇଛି । ଆସନ୍ତା ଦୁଇ ମାସ ମଧ୍ୟରେ ଏହି ମାମଲାର ତଦନ୍ତ ସାରି ନିଷ୍ପତ୍ତି ନେବାକୁ ହାଇକୋର୍ଟର ବିଚାରପତି ଡକ୍ଟର ଜଷ୍ଟିସ୍ ସଂଜୀବ କୁମାର ପାଣିଗ୍ରାହୀ ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପୁଲିସ ତଦନ୍ତରେ ନିଷ୍କ୍ରିୟତା ଅଭିଯୋଗ କରି ପ୍ରକୃତି ମିଶ୍ର ଗତ ଅଗଷ୍ଟ ୨୩ରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ସୂଚନାଯୋଗ୍ୟ, ଗତ ଜୁଲାଇରେ ଅଭିନେତା ବାବୁସାନ୍ ଏବଂ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ହାଇ ଡ୍ରାମା ରାଜଧାନୀର ରାଜରାସ୍ତାରେ ଦେଖିବାକୁ ମିଳିଥିଲା । ପାରିବାରିକ ଝଗଡା ରାସ୍ତାକୁ ଆସିଥିଲା । ବାବୁସାନଙ୍କ ସ୍ତ୍ରୀ ତୃପ୍ତି ଉଭୟଙ୍କୁ ମାରପିଟ୍ କରିବାର ଦୃଶ୍ୟ ଭାଇରାଲ ହୋଇଥିଲା । ଏହାକୁ ନେଇ ପ୍ରକୃତି ମିଶ୍ର ଆଇନର ଦ୍ୱାରସ୍ଥ ହୋଇଥିଲେ । ତୃପ୍ତି ଏବଂ ତାଙ୍କ ବାପାଙ୍କ ବିରୋଧରେ ପ୍ରକୃତି ମିଶ୍ର ଖାରବେଳ ଥାନରେ ଅଭିଯୋଗ କରିଥିଲେ । କିନ୍ତୁ ପରେ ସେ ହାଇକୋର୍ଟ ଦ୍ୱାରସ୍ଥ ହୋଇଥିଲେ । ପୋଲିସ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ବୋଲି ସେ ଅଭିଯୋଗ କରିଥିଲେ । ଏହି ମାମଲାର ଶୁଣାଣି କରି ହାଇକୋର୍ଟ କରି ଦୁଇ ମାସ ମଧ୍ୟରେ ନିଷ୍ପତ୍ତି ନେବାକୁ ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.