fbpx

ଦାଦାସାହେବ ଫାଲକେ ଆନ୍ତର୍ଜାତୀୟ ପୁରସ୍କାର: RRR ଫିଲ୍ମ ଅଫ୍ ଦି ଇୟର ଏବଂ କାଶ୍ମୀର ଫାଇଲ ଶ୍ରେଷ୍ଠ ଚଳଚ୍ଚିତ୍ର

ନୂଆଦିଲ୍ଲୀ: ଏସ୍ ଏସ୍ ରାଜାମୋୖଲିଙ୍କ ଆରଆରଆର ଏବଂ ବିବେକ ଅଗ୍ନିହୋତ୍ରୀଙ୍କ କାଶ୍ମୀର ଫାଇଲ୍ସକୁ ଦାଦାସାହେବ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ପୁରସ୍କାର ପ୍ରଦାନ କରାଯାଇଛି। ଶ୍ରେଷ୍ଠ ଚଳଚ୍ଚିତ୍ର ପାଇଁ RRR କୁ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ଏବଂ କାଶ୍ମୀର ଫାଇଲକୁ ଶ୍ରେଷ୍ଠ ଫିଲ୍ମ ପୁରସ୍କାର ପ୍ରଦାନ କରାଯାଇଛି। ଏଥିରେ ଗାଙ୍ଗୁବାଇ କାଥିୱାଡ଼ି ପାଇଁ ଆଲିଆ ଭଟ୍ଟଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ଦିଆଯାଇଥିଲା। ରଣବୀର କପୁରଙ୍କୁ ବ୍ରହ୍ମାସ୍ତ୍ର ପାଇଁ ଶ୍ରେଷ୍ଠ ଅଭିନେତ୍ରା ପୁରସ୍କାର ମିଳିଛି। ସେହିଭଳି କାନ୍ତାରା ଫିଲ୍ମର ଅଭିନେତା ଋଷଭ ସେଟ୍ଟୀଙ୍କୁ ପ୍ରୋମିଜିଂ ଅଭନେତା ପୁରସ୍କାର ମିଳିଥିଲା।


ସେହିଭଳି ଭେଡିଆ ପାଇଁ ବରୁଣ ଧାୱନଙ୍କୁ କ୍ରିଟିକ୍ ଶ୍ରେଷ୍ଠ ଅଭିନେତା ପୁରସ୍କାର ପ୍ରଦାନ କରାଯାଇଥିଲା। ଅନୁପମ ଖେରଙ୍କୁ କାଶ୍ମୀର ଫାଇଲ ପାଇଁ ମୋଷ୍ଟ ଭର୍ସାଟାଇଲ ଅଭିନେତା ଭାବରେ ବିଚାର କରାଯାଇଥିଲା। ଫିଲ୍ମ ଇଣ୍ଡଷ୍ଟ୍ରିରେ ଅବଦାନ ପାଇଁ ରେଖାଙ୍କୁ ସମ୍ମାନିତ କରାଯାଇଥିଲା।

Get real time updates directly on you device, subscribe now.