fbpx

ବନ୍ଦ କୋଠରୀରୁ ମିଳିଲା ଦମ୍ପତ୍ତିଙ୍କ ଶବ : ଜାଣନ୍ତୁ ଏହା ହତ୍ୟା ନା ଅତ୍ମହତ୍ୟା

ନୂଆଦିଲ୍ଲୀ : ଦେଶରେ ହତ୍ୟା ଏବଂ ଅତ୍ମହତ୍ୟା ମାମଲା ଥମିବାର ନାମ ନେଉ ନାହିଁ। ଦିଲ୍ଲୀର ଉତ୍ତର-ପୂର୍ବ ସ୍ଥିତ ନରେଲା ଥାନା ଅଞ୍ଚଳରୁ ଏକ ସନ୍ଦେହ ଜନକ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ଘରୁ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି ।

ସୂଚନା ଅନୁଯାୟୀ, ନରେଲା ଥାନା ଅନ୍ତର୍ଗତ ସ୍ୱତନ୍ତ୍ର ନଗରରେ ଗୋଟିଏ ଘରୁ ସ୍ୱାମୀ-ସ୍ତ୍ରୀଙ୍କର ଶବ ଉଦ୍ଧାର କରାଯାଇଛି। ବନ୍ଦ ଥିବା କୋଠରୀ ବହୁ ସମୟ ପର୍ଯ୍ୟନ୍ତ ଖୋଲି ନଥିଲା, ଏନେଇ ସନ୍ଦେହ କରିଥିଲେ ପଡୋଶୀ ଲୋକ। ଅନେକ ସମୟ ପର୍ଯ୍ୟନ୍ତ ସେମାନେ ସେହି ଘରର କବାଟ ବାଡେଇ ତାଙ୍କୁ ଡାକିଥିଲେ, କିନ୍ତୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଭିତରୁ କୌଣସି ଉତ୍ତର ମିଳିନଥିଲା। ଏହାପରେ ସେମାନେ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଦୁଇ ମୃତ ଦେହକୁ ଉଦ୍ଧାର କରିଥିଲା । ଏନେଇ ପୋଲିସ ଅଧିକାରୀ ସନ୍ଦେହ କରି କହିଛନ୍ତି ଯେ, ସ୍ୱାମୀ ପ୍ରଥମେ ସ୍ତ୍ରୀକୁ ହତ୍ୟା କରି ପରେ ନିଜେ ଆତ୍ମହତ୍ୟା କରିଛନ୍ତି।

ଯେତେବେଳେ ପୋଲିସ ଦୁଇ ମୃତଦେହକୁ ଉଦ୍ଧାର କରିଥିଲେ ସେତେବେଳେ ପ୍ରଥମେ ସେ ସ୍ତ୍ରୀର ରକ୍ତଭିଜା ଶରୀର ଉଦ୍ଧାର କରିଥିଲେ, ଏହାପରେ ସ୍ୱାମୀର ମୃତଦେହ ପଙ୍ଖାରେ ଝୁଲିଥିବା ଅବସ୍ଥାରେ ଉଦ୍ଧାର କରିଥିଲେ। ଏହାପରେ ପୋଲିସ ଦୁହିଁଙ୍କ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଇଥିଲେ। ପୋଷ୍ଟମୋର୍ଟମ ରିପୋର୍ଟ ଆସିଲା ପରେ ସମସ୍ତ ସତ୍ୟ ଜଣାପଡିବ ବୋଲି ପୋଲିସ ଅଧିକାରୀ କହିଛନ୍ତି ।

Get real time updates directly on you device, subscribe now.