fbpx

ମାତ୍ର ୨ହଜାର ଟଙ୍କା ପାଇଁ ହତ୍ୟା! ରେଲୱେ ଟ୍ରାକରୁ ମିଳିଲା ମୁଣ୍ଡ ନଥିବା ଶବ

ଭିଲୱାଡ଼ା: ରାଜସ୍ଥାନ ଭୀଲୱାଡାର ରେଲୱେ ଟ୍ରାକରେ ମୁଣ୍ଡ ନଥିବା ଶବ ଜବତ କରାଯାଇଛି, ଯାହାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି । କେବଳ ୨ ହଜାର ଟଙ୍କା ନେବା-ଦେବା ବିବାଦକୁ ନେଇ ହତ୍ୟା କରାଯାଇଥିବା ନେଇ ମୃତ ଯୁବକଙ୍କ ସମ୍ପକୀୟ ଅଭିଯୋଗ କରିଛନ୍ତି । ସହରର କୋତୱାଲୀ ଥାନା ଅଞ୍ଚଳରେ ରବିବାର ବିଳମ୍ବିତ ରାତିରେ ରେଲଟ୍ରାକରୁ ମୁଣ୍ଡ କଟାହୋଇଥିବା ଶବ ମିଳିବା ପରେ ପରିବାର ଲୋକେ ହତ୍ୟାର ଅଭିଯୋଗ କରି ସୋମବାର ସକାଳେ ଜିଲ୍ଲା ମେଡିକାଲର ଶବ ବ୍ୟବଚ୍ଛେଦ ଡିପାର୍ଟମେଣ୍ଟ ଆଗରେ ଧାରଣା ଦେଇଥିଲେ ।

 

ତେବେ ମୃତକ ଯୁବକ ଜଣକ ହେଉଛନ୍ତି ହରଣୀ ଗାଁର ଓମପ୍ରକାଶ ମୋଚୀ । ମୃତକଙ୍କ ଭାଇ ଅନିଲ କୁମାର କହିଛନ୍ତି ଯେ, ‘ମୋ ଭାଇ ଓମପ୍ରକାଶ ଫାଇନାନ୍ସରେ କାମ କରେ । ସେ ୭ ମାସ ପୂର୍ବରୁ ମୋହନ ଲାଲ ସାଲୱୀଙ୍କଠାରୁ ୨ ହଜାର ଟଙ୍କା ଉଧାର ଆଣିଥିଲେ, ଯାହାକୁ ନେଇ ସେ ରବିବାର ଦିନ ଘରକୁ ଆସି ହଙ୍ଗାମା କରିଥିଲେ ଓ ମୋ ଭାଇକୁ ବାଇକରେ ବସାଇ ନେଇଯାଇଥିଲା । ଏହି ଘଟଣା ପରେ ଭାଇର ମୁଣ୍ଡ କଟା ହୋଇଥିବା ଶବ ରେଲୱେ ଟ୍ରାକରୁ ଜବତ ହୋଇଥିଲା ।’ ମୋହନ ଓ ତାଙ୍କ ପୁଅ ମିଶି ମୋ ଭାଇକୁ ମାରପିଟ କରି ହତ୍ୟା କରିଥିବା  ନେଇ ଅନିଲ କହିଛନ୍ତି । ହତ୍ୟା ମାମଲା ରୁଜୁ ପରେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.