fbpx
BJD SKY
BJD SKY

‘ତୁମେ ଏସବୁ କ’ଣ କରୁଛ?’: ଚିତାରୁ ଉଠି ଏମିତି ପ୍ରଶ୍ନ କଲା ମୃତ ଶରୀର

BJD

ହରିଦ୍ୱାର: ଜଣେ ମୃତବ୍ୟକ୍ତିଙ୍କୁ ମୁଖାଗ୍ନି ଦେବାର ଠିକ୍ ପୂର୍ବରୁ ହଠାତ ବ୍ୟକ୍ତି ଜଣକ ଜିଇ ଉଠିବା ଘଟଣାକୁ କେହି ବିଶ୍ୱାସ କରି ନ ପାରନ୍ତି । ଏହାକୁ କେବଳ ଗଳ୍ପ କିମ୍ବା କାହାଣୀରେ ଶୁଣିବା ପାଇଁ ପସନ୍ଦ ଆସିଥାଏ । ତେବେ ଏହି ଘଟଣା ଆଉ କାହାଣୀ ହୋଇ ରହିନାହିଁ । ଏହା ଏବେ ସତ ଘଟଣାରେ ପରିଣତ ହୋଇଯାଇଛି । ଶେଷ ସ୍ନାନ କରିବା ସମୟରେ ହଠାତ ଜଣେ ମୃତ ବ୍ୟକ୍ତି ଉଠି ବସିଛନ୍ତି । ଏତିକି ନୁହେଁ ପ୍ରିୟଜନଙ୍କ ସହ କଥା ହୋଇଥିବା ମଧ୍ୟ ଜାଣିବାକୁ ମିଳିଛି । ଆସନ୍ତୁ ଜାଣିବା ପ୍ରକୃତ ଘଟଣା ।

ଉତ୍ତରାଖଣ୍ଡ ରୁଡକୀର ଝବରେଡା କସବେର ଏହି ଘଟଣା ଏବେ ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ଦୀର୍ଘ ଦିନରୁ କ୍ୟାନ୍ସର ରୋଗରେ ପୀଡିତ ଥିଲେ ଦୀପକ କୁମାର । ସେମବାର ଦିନ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ବିଗିଡିଯିବାରୁ ତାଙ୍କୁ ହସ୍ପିଟାଲ ନେବାକୁ ବାହାରିଥିଲେ । କିନ୍ତୁ ଏହାପୂର୍ବରୁ ତାଙ୍କର ମୃତ୍ୟୁ ହୋଇସାରିଥିଲା । ଏହାପରେ ଦୀପକଙ୍କ ଅନ୍ତିମ ସଂସ୍କାର ପାଇଁ ତାଙ୍କ ମୃତ ଶରୀରକୁ ଶ୍ମସାନ ଘାଟକୁ ନେଇଯାଇଥିଲେ ପରିଜନ । କିନ୍ତୁ ଏଠାରେ ଘଟିଯାଇଛି ଏକ ଅଲୌକିକ ଘଟଣା । ମୃତଦେହକୁ ଶେଷ ସ୍ନାନ କରାଇବାକୁ ଯାଉଥିବା ବେଳେ ହଠାତ ଯୁଇ ଉପରୁ ଉଠି ବସିଥିଲେ ଦୀପକ । ଏହାପରେ ସେ ନିଜ ବନ୍ଧୁ ଓ ପ୍ରିୟଜନଙ୍କୁ ପଚାରିଥିଲେ ଯେ, ଏସବୁ ତୁମେ କ’ଣ କରୁଛ? ଏହି ଘଟଣା ଦେଖି ସେଠାରେ ଉପସ୍ଥିତ ସମସ୍ତ ବ୍ୟକ୍ତି ଆଶ୍ଚର୍ଯ୍ୟ ଏବଂ ଭୟଭୀତ ହୋଇଯାଇଥିଲେ ।

ତେବେ ପରେ ଦୀପକଙ୍କୁ ପୁଣିଥରେ ହସ୍ପିଟାଲ ନିଆଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ତେବେ ପ୍ରିୟଜନ ଦୀପକଙ୍କ ମର ଶରୀର ଧରି ଗ୍ରାମରେ ପହଞ୍ଚିବା ପରେ ତାଙ୍କୁ ଦେଖିବା ପାଇଁ ସେଠାରେ ଖୁବ ଭିଡ ଜମିଥିଲା । ଶେଷରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ତେବେ ଏଭଳି ଏକ ଅଦ୍ଭୁତ ଏବଂ ଆଶ୍ଚର୍ଯ୍ୟଜନକ ଘଟଣାକୁ ନେଇ ଏବେ ସବୁଆଡେ ଚର୍ଚ୍ଚା ହେବାରେ ଲାଗିଛି ।

Get real time updates directly on you device, subscribe now.