fbpx

ଓଡ଼ିଶା ସରକାର ଦେଉଛନ୍ତି ନିଯୁକ୍ତି ସୁଯୋଗ: ୯୬୪ଟି ପୋଷ୍ଟରେ ରାଜ୍ୟର ପ୍ରାର୍ଥୀଙ୍କୁ ମିଳିବ ବଢ଼ିଆ ଚାକିରି

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ଓଡ଼ିଶା ସରକାରଙ୍କ ତରଫରୁ ୯୬୪ଟି ପଦବୀ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ କମ୍ୟୁନିଟି ସପୋର୍ଟ ଷ୍ଟାଫ ପଦରେ ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ଶିକ୍ଷାଗତ ଯୋଗ୍ୟତା, ଦରମା, ବୟସ ଯୋଗ୍ୟତା ସହିତ ନିଯୁକ୍ତି ସମ୍ବନ୍ଧୀୟ ସବିଶେଷ ତଥ୍ୟ ପାଇ ପାରିବେ ।

ପ୍ରାର୍ଥୀମାନେ ମାର୍ଚ୍ଚ ମାସ ୨ ତାରିଖରୁ ୧୫ ତାରିଖ ମଧ୍ୟରେ ଆବେଦନ କରିପାରିବେ । ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ୧୮ ବର୍ଷ ହୋଇଥିବା ବେଳେ ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ ହେବ । କେନ୍ଦ୍ରାପଡ଼ା ଜିଲ୍ଲାର ୯ଟି ବ୍ଲକରେ ଏହି ନିଯୁକ୍ତି ଦିଆଯିବ । ସେହି ବ୍ଲକଗୁଡ଼ିକ ମଧ୍ୟରେ ଆଳି, ଡେରାବିଶ, ଗରଦପୁର, କେନ୍ଦ୍ରାପଡ଼ା, ମହାକାଳପଡ଼ା, ମାର୍ଶାଘାଇ, ପଟ୍ଟାମୁଣ୍ଡାଇ, ରାଜକନିକା, ରାଜନଗର ରହିଛି ।

ପ୍ରାର୍ଥୀ ଜଣେ ମହିଳା ଓ ସ୍ୱୟଂ ସହାୟିକା ସଭ୍ୟା (ଏସଏଚଜି) ହେବା ସହ ଓଡ଼ିଆ ଭାଷା ଭଲଭାବେ ଲେଖିବା ଓ ପଢ଼ିବା ଜାଣିଥିବେ । ଆବଶ୍ୟକ ସମୟରେ ପ୍ରାର୍ଥୀ ନିଜର ପରିଚୟ ପତ୍ର, ଶିକ୍ଷାଗତ ଯୋଗ୍ୟତା, ଅଭିଜ୍ଞତା ସମ୍ପର୍କିତ କାଗଜପତ୍ର ବିଏଲଏଫ ଅଫିସରେ ଦାଖଲ କରିବେ । ପ୍ରାର୍ଥୀମାନେ ଆପ୍ଲିକେସନ ଫର୍ମରେ ନିଜର ନିର୍ଭୁଲ ଓ ସକ୍ରିୟ ମୋବାଇଲ ନମ୍ବର ଓ ଇ-ମେଲ ଆଇଡି ଦେବାକୁ ଭୁଲିବେ ନାହିଁ ।

ନୋଟିଫିକେସନ ଲିଙ୍କ: https://kendrapara.nic.in/notice_category/recruitment/

ଅଫିସିଆଲ ୱେବସାଇଟ୍ ଲିଙ୍କ: https://kendrapara.nic.in/

Get real time updates directly on you device, subscribe now.