ବେକେରୀ ସପ୍ ର ଖାଇବାରୁ ବାହାରିଲା ମଲା ସାପ, ସାପକୁ ଧରି ପୋଲିସ ପାଖକୁ ଦୌଡ଼ିଲେ ମହିଳା

ଖାଇବା ପୁଡ଼ିଆ ଭିତରୁ ବାହାରିଲା ମଲା ସାପ। ଭିଡ଼ିଓ ଭାଇରାଲ।

ତେଲେଙ୍ଗାନା: ଏପରି ଘଟଣା ବାରମ୍ୱାର ସାମ୍ନାକୁ ଆସୁଛି।  ଯେଉଁଥିରେ କେତେବେଳେ ଭେଜ୍ ଖାଦ୍ୟରେ ନନ୍-ଭେଜ୍ ମିଳୁଛି ତ ଆଉ କେଉଁଠି ଖାଇବାରୁ ମଲା ଅସରପା ବାହାରୁଛି।  କିନ୍ତୁ ଆପଣ ଏପରି ଘଟଣା ବୋହୁତ୍ କମ୍ ଦେଖିଥିବେ କିମ୍ୱା ଶୁଣିଥିବେ କି ଖାଇବାରୁ ମଲା ସାପ ବାହାରିବା।

ହଁ ଆଜ୍ଞା ଏହା ଶୁଣି ଆପଣ ଯେପରି ଆଶ୍ଚର୍ଯ୍ୟ ହେଉଛନ୍ତି, ସେହି ମହିଳା ଯିଏ ତାଙ୍କ ଖାଇବା ବାହାର କରିବା ପରେ ମଲା ସାପ ଦେଖିଲେ ସେ ତ ଆହୁରି ଅଧିକ ଆଶ୍ଚର୍ଯ୍ୟ ହୋଇଥିଲେ।

ଏହିମ ଘଟଣା ତେଲେଙ୍ଗାନାର ଯେଉଁଠାରେ ଜଣେ ମହିଳା ସ୍ଥାନୀୟ ବେକେରୀରୁ କିଛି ଖାଇବା ଅର୍ଡର କରିଥିଲେ।  ଏବଂ ଖାଇବା ଖୋଲି ଦେଖିବା ବେଳକୁ ସେଥିରୁ ମଲା ସାପ ବାହାରିଲା। ଯାହାକି ତାଙ୍କ ହୋସ୍ ଉଡ଼ାଇଦେଇଥିଲା।  ଯାହା ଖାଦ୍ୟ ସୁରକ୍ଷା ବିଷୟରେ ଆହୁରି ଗମ୍ଭୀର ଚିନ୍ତା ସୃଷ୍ଟି କରିଛି।

ମହିଳା ଜଣକ ଏହି ବିଷୟରେ ପୋଲିସରେ ଅଭିଯୋଗ କରିଛନ୍ତି। ମିଡିଆ ରିପୋର୍ଟ ଅନୁସାରେ, ପୋଲିସ କହିଛି ଯେ ସେମାନେ ଜୌଖିନଗରର ଶ୍ରୀଶୈଳା ନାମକ ଜଣେ ମହିଳାଙ୍କ ଠାରୁ ଏକ ଅଭିଯୋଗ ପାଇଥିଲେ।

ଯେଉଁଥିରେ ଅଭିଯୋଗ କରାଯାଇଥିଲା ଯେ ଯେତେବେଳେ ସେ ଜାଡଚରଲା ପୋଲିସ ଷ୍ଟେସନ ନିକଟରେ ଥିବା ଏକ ବେକରିରୁ ନିଜ ପାଇଁ ଏବଂ ତାଙ୍କ ପିଲାମାନଙ୍କ ପାଇଁ ଖାଦ୍ୟ କିଣିଥିଲେ।

ଅଭିଯୋଗକୁ ଆଧାର କରି ସର୍କଲ୍ ଇନ୍ସପେକ୍ଟର କମଳାକର କହିଛନ୍ତି, ‘ଘରକୁ ଫେରିବା ପରେ, ଶ୍ରୀଶୈଳା ନିଜ ପାଇଁ ଏକ କରି ପଫ୍ ଖୋଲିଥିଲେ ଏବଂ ପେଷ୍ଟ୍ରି ଭିତରେ ଏକ ମଲା ସାପ ଥିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।’

ଏହି ଘଟଣା ପରେ ଭୟଭୀତ ମହିଳା ତୁରନ୍ତ ଜାଡଚେରଲା ପୋଲିସ ଷ୍ଟେସନକୁ ଯାଇ ଏକ ଅଭିଯୋଗ ଦାଖଲ କରିଥିଲେ। ଏହା ପରେ କମଳାକରଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍ ତଦନ୍ତ ଆରମ୍ଭ କରିଥିଲା ଏବଂ କର୍ମଚାରୀମାନଙ୍କୁ ପଚରାଉଚରା କରିବା ପାଇଁ ବେକେରୀରେ ପହଞ୍ଚିଥିଲା।

ସିଆଇ କହିଛନ୍ତି, ‘ବିଶେଷଜ୍ଞଙ୍କ ମତାମତ ପାଇଁ ମାମଲାଟିକୁ ସ୍ଥାନୀୟ ଖାଦ୍ୟ ନିରୀକ୍ଷକଙ୍କ ନିକଟକୁ ପଠାଯାଇଛି। ଖାଦ୍ୟ ନିରୀକ୍ଷକଙ୍କ ରିପୋର୍ଟ ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।’

ଏହି ଘଟଣା ପରେ ଏବେ ସୋସିଆଲ ମିଡିଆରେ ମଲା ସାପ ସହିତ ପଫଙ୍କ ଫଟୋ ଏବଂ ଭିଡିଓ ଭାଇରାଲ ହୋଇଛି, ଯାହା ଉପରେ ଲୋକମାନେ ନିଜର କ୍ରୋଧ ପ୍ରକାଶ କରୁଛନ୍ତି ଏବଂ ବିଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି। ଖାଦ୍ୟ ସୁରକ୍ଷା ନିୟମ ଉଲ୍ଲଂଘନ କରୁଥିବା ଲୋକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ୟୁଜର୍ସ।