fbpx

୨ ଘଣ୍ଟା ପାଇଁ ରୋଗୀକୁ ମାରିଦେଲେ ଡାକ୍ତର, ଚିକିତ୍ସା ପରେ ପୁଣି ବଞ୍ଚାଇଦେଲେ

ଏବେ ଡାକ୍ତର ଆପଣଙ୍କୁ ମାରି ବା ମୁର୍ଦ୍ଦା କରି ଚିକିତ୍ସା କରିବେ । ଯଦି ଆପଣଙ୍କୁ ଗୁରୁତର ଆଘାତ ଲାଗେ, ହୃଦଘାତ କିମ୍ବା ମୁଣ୍ଡରେ ଗଭୀର ଆଘାତ ଲାଗେ ତେବେ ଚିନ୍ତା କରନ୍ତୁ ନାହିଁ । କାହିଁକି ନା ମୃତ୍ୟୁ ପରେ ବି ଆପଣଙ୍କୁ ବଞ୍ଚାଇ ହେବ । ଏପରି ଦମ୍ଭର ସହ କହିଛନ୍ତି ଆମେରିକାର ଡାକ୍ତର । ୧୦ ଜଣ ଲୋକଙ୍କ କ୍ଷେତ୍ରରେ ଏହା ସଫଳ ହୋଇଛି ବୋଲି ସେ ଦାବି କରିଛନ୍ତି ।

ତେବେ ଆମେରିକାର ବାଲ୍ଟିମୋର ସହରର University of Maryland School of Medicine Centerର ଡାକ୍ତରମାନେ ଏହି ଆଶ୍ଚର୍ଯ୍ୟଜନକ କାରନାମା କରିଛନ୍ତି । ଏହି ପରୀକ୍ଷଣର ରିପୋର୍ଟ ନ୍ୟୁ ସାଇଣ୍ଟିଷ୍ଟ୍ ମାଗାଜିନରେ ପ୍ରକାଶ ପାଇଛି । ଡାକ୍ତର ସୈମୟୁଏଲ ଟିଶରମୈନ ଓ ତାଙ୍କର ସର୍ଜିକାଲ ଟିମ୍ ଏହି ପରୀକ୍ଷଣ କରିଥିଲେ ।

ଡାକ୍ତରଙ୍କ ମତରେ, ବହୁ ଳୋକଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲକୁ ଅଣାଯାଏ । କିନ୍ତୁ ସର୍ଜରୀ ସମୟରେ କେତେ ଲୋକଙ୍କର ମୃତ୍ୟୁ ଘଟିଥାଏ । ରୋଗୀଙ୍କୁ ବଞ୍ଚାଇବାକୁ ଡାକ୍ତରଙ୍କ ପାଖରେ ସମୟର ଅଭାବ ପଡିଥାଏ । ଏଥିପାଇଁ ଏହି ପରୀକ୍ଷଣ ମାଧ୍ୟମରେ ରୋଗୀକୁ ପ୍ରଥମେ ମୁର୍ଦ୍ଦା କରିବା ଦ୍ୱାରା ଡାକ୍ତରଙ୍କୁ ଚିକିତ୍ସା ପାଇଁ ସମୟ ମିଳିଯାଏ । ଚିକତ୍ସା ପରେ ମରିଥିବା ବ୍ୟକ୍ତିଙ୍କୁ ପୁଣି ବଞ୍ଚାଇଥାନ୍ତି ଡାକ୍ତର । ଏହି ଟେକନିକର ନାମ Emergency Preservation and Resuscitation ବା EPR ରଖାଯାଇଛି ।

ତେବେ ଇପିଆର ଟେକନିକ ଅନୁସାରେ, ଗୁରୁତର ଆହତ ହୋଇଥିବା ବ୍ୟକ୍ତିକୁ ୧୦ରୁ ୧୫ ଡିଗ୍ରୀ ସେଲସିୟସରେ ରଖାଯାଏ । ସମ୍ପୂର୍ଣ୍ଣ ଶରୀରର ରକ୍ତକୁ ସଲାଇନ୍ ମାଧ୍ୟମରେ ବଦଳାଯାଇଥାଏ । ରକ୍ତକୁ ବାହାର କରାଯାଇ ସୁରକ୍ଷିତ ସ୍ଥାନରେ ରଖାଯାଏ । ଏହା ପରେ ମସ୍ତିଷ୍କ କାମ କରିବା ବନ୍ଦ କରିଦିଏ । ଏପରି ଅବସ୍ଥାରେ ମଣିଷ ମୃତ ଅବସ୍ଥାକୁ ଚାଲିଯାଏ । ୨ ଘଣ୍ଟାର ଚିକିତ୍ସା ପରେ ପୁନଃ ରୋଗୀର ଶରୀରକୁ ୩୭ ଡିଗ୍ରୀ ସେଲସିୟସ ତାପମାତ୍ରାରେ ରଖି ଶରୀର ମଧ୍ୟକୁ ରକ୍ତ ଛଡାଯାଏ । ତାପମାତ୍ରା ଦ୍ୱାରା ରୋଗୀର ଶରୀର କାମ କରିବା ଆରମ୍ଭ କରିଥାଏ ଓ ରକ୍ତ ମସ୍ତିଷ୍କରେ ପହଞ୍ଚିଥାଏ । ଧୀରେ ଧୀରେ ରୋଗୀର ଅବସ୍ଥା ସ୍ୱାଭାବିକ ହେବାରେ ଲାଗିଥାଏ ବୋଲି ରିପୋର୍ଟରେ ପ୍ରକାଶ ପାଇଛି ।

Get real time updates directly on you device, subscribe now.