fbpx

ଦିନ ସରୁଛି କିନ୍ତୁ କମୁନି ଲମ୍ବା ଲାଇନ

ଭୁବନେଶ୍ୱର, ୨୭ା୧୧(ଓଡ଼ିଶା ଭାସ୍କର): ଡିସେମ୍ବର ପହିଲାରୁ ନୂଆ ମୋଟର ଯାନ ଆଇନ ପୁଣିଥରେ କାର୍ଯ୍ୟକାରୀ ହେବାକୁ ଯାଉଛି । ଏନେଇ ରାଜ୍ୟର ସମସ୍ତ ଆରଟିଓ ଅଫିସ ଆଗରେ ଲମ୍ବା ଲାଇନ ଦେଖିବାକୁ ମିଳିଛି । ଦିନ ସରିବା ସାଙ୍ଗକୁ ଅଧିକ କାଉଣ୍ଟର ନଥିବାରୁ ଲାଇସେନ୍ସ ପାଇଁ ଲମ୍ବା ଲାଇନରେ ଲୋକମାବେ ଠିଆ ହୋଇଥିବା ସୂଚନା ମିଳିଛି । ଉଲ୍ଲେଖଯୋଗ୍ୟ ଯେ ନୂଆ ମୋଟର ଯାନ ଆଇନ ଅନୁସାରେ ଉଲ୍ଲଙ୍ଘନକାରୀଙ୍କୁ ୧୦ଗୁଣା ଫାଇନ ଦେବାକୁ ପଡ଼ିବ । ଏନେଇ ମୁଖ୍ୟମନ୍ତ୍ରୀ ଗାଡ଼ିର ସମସ୍ତ ଜରୁରୀ କାଗଜ ପତ୍ର ପ୍ରସ୍ତୁତ କରିବାକୁ ଗାଡ଼ି ଚାଳକଙ୍କୁ ୩ମାସ ସମୟ ଦେଇଥିଲେ । ଯାହାର ଅବଧି ଏହି ଡ଼ିସେମ୍ବର ପହିଲାକୁ ଶେଷ ହେଉଛି ।

Get real time updates directly on you device, subscribe now.