ହୋଟେଲରେ ବିଷାକ୍ତ ମୃତଦେହ ନେଲା ଜୀବନ, 12 ଭାରତୀୟଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ହୋଟେଲରେ ବିଶାକ୍ତ ଗ୍ୟାସ ନେଲା 12 ଭାରତୀୟଙ୍କ ଜୀବନ । ଗ୍ୟାସଲିକ ହେବା କାରଣରୁ 12 ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଭାରତୀୟ ଦୂତବାସ ପକ୍ଷରୁ କୁହାଯାଇଛି । ଜର୍ଜିଆର ରିସୋର୍ଟ ଗୁଦୋରୀର ଏକ ରେଷ୍ଟୁରାଣ୍ଟରେ 12ଜଣ କର୍ମଚାରୀଙ୍କ ସନ୍ଦେହଜନକ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ତେବେ ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ, କାର୍ବନ ମନୋକ୍ସସାଇଡ ଗ୍ୟାସ ଲିକ୍ କାରଣରୁ ମୃତ୍ୟୁ ହୋଇଥିବା ଜଣାପଡିଛି । ରେଷ୍ଟୁରାଣ୍ଟର ଦ୍ୱିତୀୟ ମହଲାରେ ଥିବା ଶୟନ କକ୍ଷରେ ସମସ୍ତ ମୃତଦେହ ମିଳିଥିଲା । ଜର୍ଜିଆର ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତ୍ତିରେ କୁହାଯାଇଛି ଯେ, ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା । ସେମାନଙ୍କ ଶରୀରରେ କୌଣସି ଆଘତ ନଥିବା ଜଣାପଡିଛି ।

ଭାରତୀୟ ଦୂତବାସର ଅଧିକାରୀମାନେ ସ୍ପଷ୍ଟ କରି କହିଛନ୍ତି ଯେ, ସମସ୍ତ 12ଜଣ ମୃତକ ଭାରତୀୟ ଅଟନ୍ତି । ସମସ୍ତେ ଗୋଦରୀ ସ୍ଥିତ ଏକ ରେଷ୍ଟୁରାଣ୍ଟରେ କାମ କରୁଥିଲେ । ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ଭାରତୀୟ ଦୂତବାସ । ମୃତକଙ୍କ ପରିଚୟ ସ୍ପଷ୍ଟ ହୋଇନଥିବା ବେଳେ ଖୁବଶୀଘ୍ର ପରିବାର ଲୋକଙ୍କୁ ହସ୍ତାନର କରାଯିବ ବୋଲି କୁହାଯାଇଛି । ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ମୃତକଙ୍କ ଶୋଇବା ଘର ନିକଟରେ ଥିବା ଏକ ବନ୍ଦ ଘର ଭିତରେ ଶୁକ୍ରବାର ରାତିରେ ଏକ ବିଦ୍ୟୁତ୍ ଜେନେରେଟର ଚଲାଯାଇଥିଲା । ଏହି ଜେନେରେଟର କାର୍ବନ ମନୋକ୍ସାଇଡ୍ ଗ୍ୟାସର ଉତ୍ସ ହୋଇପାରେ ବୋଲି କୁହାଯାଉଛି । ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ଫୋରେନସିକ୍ ତଦନ୍ତ ଆରମ୍ଭ ହୋଇଛି । ଜର୍ଜିଆର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ କହିଛି, ଘଟଣାସ୍ଥଳରେ ଫୋରେନସିକ୍ ଟିମ୍ ଯାଞ୍ଚ ଆରମ୍ଭ କରିଛି । ସଂପୃକ୍ତ ବ୍ୟକ୍ତିଙ୍କୁ ପଚରାଉଚରା କରାଯାଉଛି ।