fbpx

କୋଭିଡ୍ ସେଣ୍ଟରରୁ ଡିସଚାର୍ଜ ହେବାର କିଛି ଘଣ୍ଟା ପରେ ଉଡ଼ିଗଲା ପ୍ରାଣବାୟୁ

କୋଭିଡ୍ କେୟାର ସେଣ୍ଟରରୁ ସୁସ୍ଥ ହୋଇ ଡିସଚାର୍ଜ ହେବାର ମାତ୍ର କିଛି ଘଣ୍ଟା ମଧ୍ୟରେ ଚାଲିଗଲା ଜଣେ କନେଷ୍ଟବଳଙ୍କ ଜୀବନ । ଏଭଳି ଏକ ଦୁଃଖଦ ଘଟଣା ମହାରାଷ୍ଟ୍ରରେ ଘଟିଯାଇଛି । ପୋଲିସ କନେଷ୍ଟବଳଙ୍କ ନାମ ଦୀପକ ହାଟେ ହୋଇଥିବା ବେଳେ ସେ ବହୁ ଦିନରୁ କରୋନାରେ ସଂକ୍ରମିତ ଥିଲେ । ସୁସ୍ଥ ହେବାରୁ ଗୁରୁବାର ଦିନ ୱର୍ଲିର କୋଭିଡ କେୟାର ସେଣ୍ଟର ମେଡିକାଲରୁ ଡିସଚାର୍ଜ କରାଯାଇଥିଲା । କିନ୍ତୁ ଡାକ୍ତରଖାନାରୁ ଡିସଚାର୍ଜ ହେବାର ମାତ୍ର କିଛି ଘଣ୍ଟା ମଧ୍ୟରେ ତାଙ୍କର ମୃତ୍ୟୁ ଘଟିଥିଲା । ଡାକ୍ତରମାନେ ଏହାକୁ ଅସାଧାରଣ ଘଟଣା କହିବା ସହ ଏଭଳି ଗଟଣା ପ୍ରଥମଥର ପାଇଁ ଘଟିଛି ବୋଲି କହିଛନ୍ତି ।

ତେବେ ଖବର ମୁତାବକ, ଦୀପକଙ୍କୁ ବାନ୍ଦ୍ରା ପୋଲିସ ଷ୍ଟେସନରେ ପୋଷ୍ଟ ଦିଆଯାଇଥିଲା । ତାଙ୍କୁ ପ୍ରବାସୀ ଶ୍ରମିକଙ୍କୁ ଘରକୁ ପଠାଇବା ଦାୟିତ୍ୱରେ ରଖାଯାଇଥିଲା । ଏହି ସମୟରେ ଦୀପକ କରୋନାରେ ସଂକ୍ରମିତ ହୋଇଥିଲେ ଓ ଅନ୍ୟ ୩ ସାଥୀଙ୍କ ସହ କ୍ୱାରେଣ୍ଟାଇନରେ ଭର୍ତ୍ତି ହୋଇଥିଲେ । ଗୁରୁବାର ସକାଳେ ସୁସ୍ଥ ହେବା ପରେ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରି ୱର୍ଲି ପୋଲିସ କ୍ୟାମ୍ପକୁ ପଠାଯାଇଥିଲା । କିନ୍ତୁ ମେଡିକାଲରୁ ଫେରିବା ପରେ ଦୀପକଙ୍କୁ ଚାଲିବାରେ କଷ୍ଟ ହେଉଥିବା ବୋଲି କ୍ୟାମ୍ପ ଦାୟିତ୍ୱରେ ଥିବା ବିଶ୍ୱ ଅଭଦ୍ କହିଛନ୍ତି । ଏହା ପରେ ନିଶ୍ୱାସ ନେବାରେ କଷ୍ଟ ହୋଇଥିଲା , ଫଳରେ ଦୀପକଙ୍କ ମୃତ୍ୟୁ ଘଟିଲା ।

Get real time updates directly on you device, subscribe now.