fbpx

ଖୁସି ଖବର: ରାଜ୍ୟରେ ସୁସ୍ଥ ହେଲେ ଆଉ ୭୬ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୩୧ ।୫(ଓଡିଶା ଭାସ୍କର): ରାଜ୍ୟରେ ଦିନୁକ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଥିବା ବେଳେ ଆସିଛି ଖୁସି ଖବର । ରାଜ୍ୟରେ ଆଉ ୭୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ ମୋଟ୍ ୧୧୨୬ ଜଣ ସୁସ୍ଥ ହୋଇସାରିଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ କେନ୍ଦ୍ରାପଡାରୁ ସର୍ବାଧିକ ୧୭, ଗଞ୍ଜାମରୁ ୧୬ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ନୟାଗଡ ଓ କଳାହାଣ୍ଡିରୁ ୧୧ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ଯାଜପୁରରୁ ୫, ବାଲେଶ୍ୱର ଓ ମୟୂରଭଞ୍ଜରୁ ୩ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ଅନୁଗୁଳରୁ ୨, ଜଗତସିଂହପୁରରୁ ୨ ଓ କଟକ, ଢେଙ୍କାନାଳ, ମାଲକାନଗିରି, ପୁରୀ, ସମ୍ୱଲପୁର, ସୁନ୍ଦରଗଡରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Get real time updates directly on you device, subscribe now.