fbpx

ଚିକିତ୍ସା ଅବହେଳା ଯୋଗୁଁ ରୋଗୀ ମୃତ୍ୟୁ ବରଣ କରିଥିବା ଅଭିଯୋଗ

:ମାଲକାନଗିରି ୧୮ ।୧୦(ଓଡ଼ିଶା ଭାସ୍କର):ମାଲକାନଗିରି ଜିଲ୍ଲାରେ ଚିକିତ୍ସା ଅବହେଳା ଯୋଗୁଁ ଜଣେ ରୋଗି ମୃତ୍ୟୁ ବରଣ କରିଥିବା ଅଭିଯୋଗ ହୋଇଛି। ଆଜି ମାଲକାନଗିରି ଜିଲ୍ଲା ଏମଭି 43 ର ଭୀମ ବିଶ୍ୱାସ କାମ କଲା ବେଳେ ହଟାତ ଛାତରୁ ଖସି ପଡ଼ିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ଆଣାଯାଇ ଥିଲା।

ପ୍ରଥମେ କାଜୁଆଲଟି ରେ ରୋଗୀକୁ ଚିକିତ୍ସା କରାଇଥିଲେ। ଏକ ଘଣ୍ଟା ଅପେକ୍ଷା କରିବା ପରେ ଏକ୍ସରେ କାରଯାଇ ଥିଲା ଓ ଏକ୍ସରେ ରେ କିଛି ଜଣା ନ ପଡିବାରୁ ତାଙ୍କୁ ୱାର୍ଡକୁ ସ୍ଥାନାନ୍ତର କରାଯାଇଥିଲା। ୱାର୍ଡକୁ ରୋଗୀ ଯିବା ପରେ ରୋଗୀ ବାନ୍ତି କରିଥିଲେ। ବାନ୍ତି ହେବାରୁ ରୋଗୀଙ୍କ ସମ୍ପର୍କୀୟ ନର୍ସ କୁ ଡାକିବାକୁ ଯାଇଥିଲେ। କିନ୍ତୁ ନର୍ସ ଉପସ୍ଥିତ ଥିଲେ ମଧ୍ୟ ରୋଗୀଙ୍କ ପାଖକୁ ଯାଇ ନଥିଲେ। ରୋଗୀଙ୍କ ସମ୍ପର୍କୀୟ ଙ୍କ କହିବା ଅନୁଯାୟୀ ନର୍ସ ଙ୍କୁ ଡାକିବାକୁ ଯାଇଥିଲୁ ନର୍ସ ଆମକୁ ଖରାପ ବ୍ୟବହାର ଦେଖାଇଥିଲେ ଓ ସେମାନେ ମୋବାଇଲ ରେ ଲୁଡୁ ଖେଳୁଥିଲେ। ଚିକିତ୍ସା ଅବହେଳା ଯୋଗୁଁ ରୋଗୀ ମୃତ୍ୟୁବରଣ କରିଥିଲେ। ମୃତ୍ୟୁବରଣ ହେବା ପରେ ରୋଗୀଙ୍କ ସମ୍ପର୍କୀୟ ଙ୍କ ମଧ୍ୟରେ ଶୋକର ସାୟା ଖେଳିଯାଇଛି। ରୋଗୀଙ୍କ ସମ୍ପର୍କୀୟ ମୃତ୍ୟୁବରଣ ର ସିଧା ସଳଖ ଦାୟୀ ମେଡିକାଲ କର୍ତ୍ତୃପକ୍ଷ, ନର୍ସ ଓ ଡାକ୍ତର ଙ୍କୁ ଦେଇଛନ୍ତି। ଭୀମଙ୍କ ମୃତ୍ୟୁ କୁ ନେଇ ତାଙ୍କ ପରିବାର ଓ ଗ୍ରାମବାସୀ ମାନେ ମେଡିକାଲ ରେ ଉତ୍ତେଜନା କରିବା ସହ ଡାକ୍ତର ଙ୍କୁ ଘେରିଛନ୍ତି।

Get real time updates directly on you device, subscribe now.