fbpx
BSKY
BJD MC SKY
BJD MS SKY

ମରିଗଲାଣି କି ମାଆର ମମତା : ୮ମାସର ଶିଶୁକୁ ବିକ୍ରି କରିଲା ୮୦୦ ଟଙ୍କାରେ

ମୟୁରଭଞ୍ଜ : ନଅ ମାସ ଦଶ ଦିନ ଗର୍ଭରେ ଧରି ଜଣେ ମାଆ କଣ ତାର ନିଜ ଛୁଆକୁ ଆଉ କାହାକୁ ଦେଇପାରିବ । ଗର୍ଭରୁ ଜନ୍ମ ଦେଇଥିବା ମାଆ ଯେ ଏହା କରିବ ସେ କଥା କେହି ବିଶ୍ୱାସ କରିପାରିବେ ନାହିଁ । ଠିକ ଏଭଳି ଏକ ଘଟଣା ମୟୁରଭଞ୍ଜ ଜିଲ୍ଲାର ଖୁଣ୍ଟା ଥାନା ଅର୍ନ୍ତଗତ ମହୁଲିଆ ଗାଁରୁ ଏପରି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜଣେ ମହିଳା ନିଜର ଦ୍ୱିତୀୟ ସନ୍ତାନ ପୁଣି ଝିଅ ହୋଇଥିବାରୁ ୮ମାସର ଶିଶୁ ୮୦୦ ଟଙ୍କାରେ ଏକ ଦମ୍ପତିକୁ ବିକ୍ରି କରିଥିଲେ ।

ସୂଚନା ଅନୁଯାୟୀ, ମହୁଲିଆ ଗାଁର କାରମି ମୁର୍ମୁ ଏବଂ ମୁଷୁ ମୁର୍ମୁଙ୍କର ୯ମାସ ପୂର୍ବରୁ ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା । ଆଗରୁ ଏକ ଝିଅ ସନ୍ତାନ ଥିବା ବେଳେ ପୁଣି ଝିଅ ସନ୍ତାନଟି ଜନ୍ମ ହୋଇଥିଲା । ଏଥିରେ ପରିବାର ଲୋକେ ସମସ୍ତେ ଖୁସି ହୋଇ ଶିଶୁର ଏକୋଇସିଆ କରିଲେ, ଏହା ପରେ ଶିଶୁର ବାପା ନିଜ କର୍ମସ୍ଥଳ ତାମିଲନାଡୁକୁ ଚାଲି ଯାଇଥିଲେ । ୮ ମାସ ପରେ ଯେତେବେଳେ ଘରକୁ ଫେରିଥିଲେ, ତାଙ୍କ ୮ମାସର ଛୋଟ ଛୁଆ ଘରେ ନଥିଲା । ଅନେକ ଖୋଜିବାପରେ ସେ ଶିଶୁକୁ ପାଇନଥିଲେ । ପରବର୍ତ୍ତୀ ସମୟରେ ସେ ଜାଣିବାକୁ ପାଇଲେ ଯେ ତାଙ୍କ ସ୍ତ୍ରୀ ଖୁଣ୍ଟା ଥାନା ବିପ୍ରଚରଣପୁର ଅଞ୍ଚଳର ଏକ ଦମ୍ପତିକୁ ମାତ୍ର ୮ଶହ ଟଙ୍କାରେ ନିଜ ଛୁଆକୁ ବିକ୍ରି କରିଥିଲେ । ଏହା ଜାଣି କାରମି ମୁର୍ମୁ ପୋଲିସର ଦ୍ୱାରସ୍ଥ ହୋଇଥିଲେ ।

ଏହାପରେ ପୋଲିସ ଛୁଆକୁ କିଣିଥିବା ଦମ୍ପତି ଫୁଲମଣି ମାରାଣ୍ଡି ଏବଂ ଓକିଲ ଟୁଡୁକୁ ଗିରଫ କରିଛି । ଏହା ସହିତ ଏହି ମାମଲାରେ ମଧ୍ୟସ୍ଥି ସାଜିଥିବା ମାହି ମୁର୍ମୁ ମଧ୍ୟ ଗିରଫ ହୋଇଥିଲେ । ଅନ୍ୟପକ୍ଷରେ ବିକ୍ରି ହୋଇଥିବା ଶିଶୁ କନ୍ୟାକୁ ପୋଲିସ ଯାଇ ଉଦ୍ଧାର କରିଥିଲା ।

Get real time updates directly on you device, subscribe now.