fbpx

୫୦୦ ଟପିଲା ଦେଶରେ ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ, ୧୯ା୪: ସାରା ବିଶ୍ୱରେ କରୋନା ହଇଚଇ ସୃଷ୍ଟି କରିଛି । ଏହାର ପ୍ରଭବା ଦେଶ ଓ ରାଜ୍ୟ ଉପରେ ପଡ଼ିଛି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦୦କୁ ବୃଦ୍ଧି ପାଇଛି । ବତ୍ତର୍ମାନ ସୁଦ୍ଧା ୫୦୭ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫ହଜାର ୭୧୨କୁ ବୃଦ୍ଧି ପାଇଛି । ସେହିପରି ୧୨୦ଜାର ୯୭୪ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏହାସହ ୨୨୩୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ସେହିପରି ବିଶ୍ୱରେ  କୋରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୦ ହଜାର ୭୫୫ ଥିବା ବେଳେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୩ ଲକ୍ଷ ୩୦ ହଜାର ୮୯୧ ରହିଛି।  ଆକ୍ରାନ୍ତଙ୍କ ମଧ୍ୟରୁ ୫ ଲକ୍ଷ ୯୬ ହଜାର ୭୮୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Get real time updates directly on you device, subscribe now.